କଣ୍ଟେନମେଣ୍ଟ ଜୋନ୍‌ରୁ ୩୪ ଜଣଙ୍କ ସମେତ କଟକରୁ ଆଜି ୧୨୫ କରୋନା ଆକ୍ରାନ୍ତ

ସଂଗରୋଧରୁ ୫୭ ଜଣ, ସ୍ଥାନୀୟ ସଂକ୍ରମଣ ୩୪ ଜଣ

କଣ୍ଟେନମେଣ୍ଟ ଜୋନ୍‌ରୁ ୩୪ ଜଣଙ୍କ ସମେତ କଟକରୁ ଆଜି ୧୨୫ କରୋନା ଆକ୍ରାନ୍ତ

କଟକ: କୁମ୍ଭାର ସାହି ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ୩୪ ଜଣଙ୍କ ସମେତ ଆଜି କଟକ ସହରରୁ ମୋଟ୍‌ ୧୨୫ ଜଣ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ୨୧ ଜଣ ପୁରୁଷ ଥିବା ବେଳେ ମହିଳାଙ୍କ ସଂଖ୍ୟା ହେଉଛି ୧୩ ଜଣ । ଏମାନେ ସମସ୍ତେ ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି। ଆଜି ସଂଗରୋଧରୁ ୫୭ ଜଣ ଓ ସ୍ଥାନୀୟ ଅଂଚଳରୁ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, କଟକ ସହରରେ ଏବେ ସୁଦ୍ଧା ୩୬୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୨୦୪ ଜଣ ସୁସ୍ଥ ହୋଇଛନ୍ତି। ୨୧ ଜଣଙ୍କର ମୃତ୍ୟୁ ହୋଇଛି। ୧୪୨୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

publive-image

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସରକାରୀ ସଂଗରୋଧରୁ ମୋଟ୍‌ ୨୪ ଜଣ କରେନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଏସ୍‌ସିବି ଆଇସୋଲେସନ ଓ୍ଵାର୍ଡରୁ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସରକାରୀ ସଂଗରୋଧରୁ ୬ ଜଣ କୋଭିଡ ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ ସହରର ଅନ୍ୟ ଏକ ସରକାରୀ ସଂଗରୋଧରୁ ୫ ଜଣ କରୋନା ଆକ୍ରାନ୍ତ ଥିବା ଜଣାଯାଇଛି।

କଟକ ସହରର ଗୃହସଂଗରୋଧରୁ ଆଜି ଚିହ୍ନଟ ହୋଇଥିବା ୩୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ତେଲେଙ୍ଗାପେଣ୍ଠରୁ ୬ ଜଣ, ଦରଘା ବଜାରରୁ ୫ ଜଣ, ବକ୍ସିବଜାର ବଣିଆ ସାହିରୁ ୪ ଜଣ, ବାଲ୍ମିକୀ ନଗର, ଚହଟ ନଗର, ସିଡିଏ ସେକ୍ଟର-୬ରୁ ୩ ଜଣ ଲେଖାଏଁ ୩-୩ ଜଣ ଓ କୃଷକ ବଜାରରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଜଉନଲିଆପାଟି, ବକ୍ସବଜାର, ଖାନନଗର, ସାମନ୍ତ ସାହି, ବକ୍ସିବଜାର ପୁଲିସ ଲେନ, କାଜିବଜାର ଓ ଚାଉଳିଆଗଂଜ ତଳସାହିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

publive-image

କଟକ ସହରରୁ ଆଜି ସ୍ଥାନୀୟ ସଂକ୍ରମଣ ଯୋଗୁଁ ୩୪ ଜଣ କରେନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଡଗରପଡ଼ାରୁ ୩ ଜଣ, ଜଗତପୁର ଓ ତୁଳସୀପୁର ମଠସାହିରୁ ୨-୨ ଜଣ ଅଛନ୍ତି। ସେହିପରି କଲେଜ ଛକ, ଚାଉଳିଆଗଂଜ, ବେପାରୀ ସାହି, ତେଲେଙ୍ଗା ବଜାର, ବାଲ୍ମିକୀ ନଗର, ମଙ୍ଗଳାବାଗ, ଦେଉଳ ସାହି, ମଣିସାହୁ ଛକ, ସିଡିଏ ସେକ୍ଟର-୭, ସିଡିଏ ସେକ୍ଟର-୧୧, ରାଣୀହାଟ, ମହାନଦୀ ବିହାରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe