ଏସ୍‌ସିବି ଆଇସୋଲେସନ୍‌ରୁ ୨୬ ଜଣଙ୍କ ସମେତ ଆଜି କଟକ ସହରରୁ ୧୨୭ ଜଣ ଆକ୍ରାନ୍ତ

Advertisment
ଏସ୍‌ସିବି ଆଇସୋଲେସନ୍‌ରୁ ୨୬ ଜଣଙ୍କ ସମେତ ଆଜି କଟକ ସହରରୁ ୧୨୭ ଜଣ ଆକ୍ରାନ୍ତ

କଟକ: ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ ଆଇସୋଲେସନ୍‌ରୁ ଆଜି ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୧ ଜଣ ମହିଳା, ୬ ଜଣ ପୁରୁଷ ଓ ୯ ଜଣ କୋଭିଡ ଯୋଦ୍ଧା (୭ ମହିଳା ଓ ୨ ଜଣ ପୁରୁଷ) ଅଛନ୍ତି। ଏଥି ସହିତ କଟକ ସହରରୁ ଆଜି ମୋଟ ୧୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି କଟକ ସହରରେ ସଂଗରୋଧରୁ ୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସରକାରୀ ସଂଗରୋଧରୁ ୪୭ ଜଣ ଏବଂ ଗୃହ ସଂଗରୋଧରୁ ୩୩ ଜଣ ଅଛନ୍ତି। ସେହିପରି ସ୍ଥାନୀୟ ଅଂଚଳରୁ ମଧ୍ୟ ଆଜି ୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ସରକାରୀ ସଂଗରୋଧରୁ ଚିହ୍ନଟ ୪୭ ଜଣଙ୍କ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ମୋଟ ୧୩ ଜଣ କୋଭିଡ ଯୋଦ୍ଧା ଅଛନ୍ତି। ଏଥିରୁ ଏସ୍‌ସିବି ଆଇସୋଲେସନରୁ ୯ ଜଣ ସାମିଲ ଅଛନ୍ତି। ଏସ୍‌ସିବି ଆଇସୋଲେସନରୁ ୨୬ ଜଣଙ୍କ ବ୍ୟତୀତ ସହରର ଅନ୍ୟ ୩ଟି ସରକାରୀ ସଂଗରୋଧରୁ ଯଥାକ୍ରମେ ୧୦ ଜଣ, ୭ ଜଣ ଓ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

publive-image

ସୂଚନାଯୋଗ୍ୟ, କଟକ ସହରରୁ ଏପର୍ଯ୍ୟନ୍ତ ୩୧୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୮୬୦ ଜଣ ସୁସ୍ଥ ହୋଇଥିବା ବେଳେ ୧୨୨୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କିନ୍ତୁ ୧୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

publive-image

ଗୃହ ସଂଗରୋଧରୁ ଚିହ୍ନଟ ୩୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଛତ୍ର ବଜାରରୁ ସର୍ବାଧିକ ୮ ଜଣ ଅଛନ୍ତି। ସେହିପରି ଉଚ୍ଚସାହିରୁ ୪ ଜଣ, ସାମନ୍ତ ସାହି, ବିଡାନାସୀରୁ ୩-୩ ଜଣ, ମହାନଦୀ ବିହାରରୁ ୨ ଜଣ, ବକ୍ସିବଜାର ନିମସାହି, ବକ୍ସବଜାର କୁମ୍ଭାରସାହି, ବିଦ୍ୟାଧରପୁର, ଜଗତପୁର, ଗଣ୍ଡରପୁର, କେଶରପୁର, ଚାଉଳିଆଗଂଜ ମଠସାହି, କାଠଗଡ଼ାସାହି, ନିମଚଉଡ଼ି ହାଇକୋର୍ଟ ରୋଡ ଓ ମହାନଦୀ ବିହାରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୪୭ ଜଣ ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରେ ଚାଉଳିଆଗଂଜରୁ ୫ ଜଣ, ସିଡିଏ ସେକ୍ଟର, ଜୋବ୍ରାରୁ ୩ ଜଣ ଲେଖାଏଁ, କାଠଗଡ଼ାସାହି, ବିଡାନାସି, ସାମନ୍ତସାହି ଓ ମହାନଦୀ ବିହାରରୁ ୨ ଜଣ ଲେଖାଏଁ କରୋନ ଆକ୍ରାନ୍ତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe