ଗଡ଼ିଲା ୧୩ ନୂଆ ଆମ୍ବୁଲାନ୍ସ

Advertisment
ଗଡ଼ିଲା ୧୩ ନୂଆ ଆମ୍ବୁଲାନ୍ସ

କେନ୍ଦୁଝର : ମହାମାରୀ କରୋନା ସମୟରେ କେନ୍ଦୁଝର ଜିଲ୍ଲାବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଗଡ଼ିଲା ୧୩ଟି ଆମ୍ବୁଲାନ୍ସ। ନୂତନ ଆମ୍ବୁଲାନ୍ସଗୁଡ଼ିକୁ ଜିଲ୍ଲାପାଳ ଆଶିଷ ଠାକ୍‌ରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ଆମ୍ବୁଲାନ୍ସ ଗୁଡ଼ିକ ଡିଏମ୍‌ଏଫ୍‌ ଓ ଓମ୍‌ବାଡ୍‌ସି ପାଣ୍ଠିରୁ କ୍ରୟ କରାଯାଇଛି ବୋଲି ଶ୍ରୀ ଠାକ୍‌ରେ କହିଛନ୍ତି। ଏହି ଆମ୍ବୁଲାନ୍ସ ମଧ୍ୟରୁ ଗୋଟିଏରେ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ବ୍ୟବସ୍ଥା ରହିଛି। ଏଥିରେ ଭେଣ୍ଟିଲେଟର ଓ ଅକ୍ସିଜେନ ସୁବିଧା‌ ଉପଲବ୍ଧ ଅଛି। ଅନ୍ୟ ୧୨ଟିରେ ସର୍ବନିମ୍ନ ଜୀବନ ରକ୍ଷାକାରୀ ବ୍ୟବସ୍ଥା ରହିଛି। ସ୍ବତନ୍ତ୍ର ମୋବାଇଲ ଆପ୍ ଯୋଗେ ଏହି ଆମ୍ବୁଲାନ୍ସ ଗୁଡ଼ିକୁ ପରିଚାଳନା କରାଯିବ। ଏହା ବ୍ୟତୀତ ଜିଲ୍ଲାରେ ବର୍ତ୍ତମାନ ପ୍ରାୟ ୫୦ଟି ଆ‌ମ୍ବୁଲାନ୍ସ ସ୍ବାସ୍ଥ୍ୟସେବାରେ ନିୟାଜିତ ଅଛି ବୋଲି ଶ୍ରୀ ଠାକ୍‌ରେ ପ୍ରକାଶ କରିଛନ୍ତି। ସେହିପରି ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଉପଲବ୍ଧ ଅଛି। ଆହୁରି ଅଧିକ ଅକ୍ସିଜେନ ସିଲିଣ୍ଡର ବ୍ୟବସ୍ଥା କରାଯାଉଥିବା ଜିଲ୍ଲାପାଳ କହିଛନ୍ତି। ଉଦ୍‌ଘାଟନ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଶୋକ ଦାଶ ଏବଂ ଅନ୍ୟ ଡାକ୍ତରମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe