ଭଦ୍ରକରେ କର୍ଫ୍ୟୁ ନିୟମ ଉଲଂଘନ କରି ୧୩ ଗିରଫ

କରୋନା ଗୁଜବ ପ୍ରଚାର କରି ଗିରଫ ହେଲେ ଯୁବକ

ଭଦ୍ରକରେ କର୍ଫ୍ୟୁ ନିୟମ ଉଲଂଘନ କରି ୧୩ ଗିରଫ

ଭଦ୍ରକ: ଭଦ୍ରକରେ କର୍ଫ୍ୟୁ ଲାଗିଥିବା ବେଳେ ୧୨ ପ୍ଲାଟୁନ୍ ଫୋର୍ସ ସହରରେ ମୁତୟନ ହୋଇଛନ୍ତି। ସହରରେ ଗତକାଲି ରାତି ଓ ଆଜି ଦିନରେ ବାଲେଶ୍ଵର ଆଇଜି ପୋଲିସ ଦିପ୍ତେଶ୍ ପଟ୍ଟନାୟକ ଓ ଭଦ୍ରକ ଏସପି ରାଜେଶ ପଣ୍ଡିତ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ପଇଁତରା ମରୁଛନ୍ତି। ଆଜି ସହରରେ ନିୟମ ଭଙ୍ଗକରି ୧୩ ଜଣ ଯୁବକ ଭଦ୍ରକ ସହରରେ ବୁଲୁ ଥିବା ବେଳେ ସେମାନଙ୍କୁ ଟାଉନ୍ ପୁଲିସ ଗିରଫ କରି ୧୪ ଦିନ ଲାଗି କ୍ୱାରେଣ୍ଟାଇନରେ ଭଦ୍ରକ ଜିଲ୍ଲା ସ୍କୁଲ କେନ୍ଦ୍ରରେ ରଖାଯାଇଛି। ସେହିପରି କରୋନା ସଂପର୍କିତ ଗୁଜବ ପ୍ରଚାର କରିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

publive-image

ଭଦ୍ରକ ସହରରୁ ଗତକାଲି ସୁଦ୍ଧା ୩ ଜଣ କରୋନା ରୋଗୀ ଚିହ୍ନଟ ହେବାପରେ ସହରକୁ ଆଜି ସାନିଟାଇଜ କରାଯାଉଛି। ଏଥି ଲାଗି ୫ ଟି ଦମକଳ ଗାଡ଼ି ଲାଗି ସହରର ରାସ୍ତାଘାଟର ରସାୟାନିକ ପାଣି ସ୍ପ୍ରେ କରିଛନ୍ତି । ଭଦ୍ରକରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ  ସହରରେ ଆତଙ୍କ ଖେଳିଯାଇଛି। ଜିଲ୍ଲାରେ ୫୬ ଜଣ ରକ୍ତନମୁନ ପରୀକ୍ଷା ହୋଇଛି। ଆଗାମୀ ଦିନରେ ଜିଲ୍ଲାରୁ ଆଉ କେତେ ଜଣଙ୍କର କରୋନ୍ ରୋଗର ଲକ୍ଷଣ ବାହାରିବ ତାହାକୁ ନେଇ ଲୋକେ ଆତଙ୍କିତ ହୋଇଛନ୍ତି। ଭଦ୍ରକର ଏରେଇ, ଚରମ୍ପା ଓ ଗେଲପୁର ପଂଚାୟତର ଆରଡି ଛକ ସମରାଇପୁର ଅଂଚଳକୁ ସଟଡାଉନ କରିଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe