ଭବାନୀପାଟଣାରେ ପୁଲିସର ଜୁଆ ଆଡ୍ଡା ଉପରେ ଚଢ଼ାଉ, ୧୩ ଗିରଫ

Advertisment
ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ପିଛା କରି ଯୁବକ ଅଟକ

image source-nayalook.com

ଭବାନୀପାଟଣା: ଭବାନୀପାଟଣା ସହରର ମହାଵୀରପଡା ହାତିରାମ ଗଳି ଓ ନୂଆପଡାର ଏକ ଗଳିରେ ଜୁଆ ଖେଳ ଚାଲି ଥିବା ବେଳେ ଟାଉନଥାନା ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ଘଟଣାରେ ପୁଲିସ ୧୨ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୮ ହଜାର ୮୩୦ ଟଙ୍କା ଓ ବହୁ ସଂଖ୍ୟା ରେ ତାସ ଜବତ କରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।
ଟାଉନ ପୁଲିସ ସୂତ୍ରରୁ ପ୍ରକାଶ ଯେ, ଭବାନୀପାଟଣା ସହରର ମହାଵୀର ପଡାର ହାତିରାମ ଗଳିରେ ଜୁଆ ଖେଳ ଚାଲିଥିବା ବେଳେ ପୁଲିସ ସବଇନ୍ସପେକ୍ଟର ଶିବଜି ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ବେଳେ ଓଡ଼ିଆ ବାଙ୍କଟିପଡାର ରାଜା ମହାରଣା(୩୪), ମହାଵୀର ପଡାର ଚାତୁ ହଂସ(୨୮),ଆଶିଷ କୁମାର ପାତ୍ର(୩୫), ଲିଙ୍ଗରାଜ ପାତ୍ର(୨୬), ଉପେନ୍ଦ୍ର କୁମାର ନାଗ(୩୫), ଦେୱାନସାହେବ ପଡାର ହରେଶ ବଗର୍ତି(୩୩), ଅରକା ବାହାଳି ପଡାର ସଞ୍ଜୀବ ଗଉଡ଼(୨୯)ଙ୍କୁ ପୁଲିସ ଗିରଫ କରିବା ସହିତ ୪ ହଜାର ୮୭୦ ଟଙ୍କା ଓ  ତାସ ଜବତ କରିଥିଲେ ।
ସେହିଭଳି ପୁଲିସ ପେଟ୍ରୋଲିଂ କରିବା ସମୟରେ ପୁଲିସ ଏଏସଆଇ ଏସ.ଏନ ହନ୍ତାଳଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ନୂଆପଡ଼ା ର ଏକ ଗଳିରେ ଜୁଆଖେଳ ଚାଲିଥିବା ବେଳେ ଚଢ଼ାଉ କରିଥିଲେ । ଏଥିରେ ରାମନଗରପଡାର ପ୍ରଭାତ କୁମାର ସାହୁ(୩୫), ନୂଆପଡ଼ାର ସତ୍ୟ ବାଗ(୩୩), ରାଜକିଶୋର ବାଗ(୩୩),ନନ୍ଦ କିଶୋର ବାଗ(୪୫), ରିତିକ ମାଝୀ(୨୧), ମନ୍ଦାରବଗିଚା ପଡାର ଦୁଃଶାସନ ମେହେର(୩୫) ଙ୍କୁ ପୁଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୩ହଜାଇ ୯୬୦ ଟଙ୍କା ଓ  ତାସ ଜବତ କରିଥିଲେ । ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇ ବ୍ୟକ୍ତିଗତ ଜାମିନରେ ଗିରଫ ହୋଇଥିବା ୧୨ ଜଣ ଜୁଆଡିଙ୍କୁ ଛାଡି ଦିଆଯାଇଥିଲା । 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe