୧୩ ଡକାୟତ ଗିରଫ: ୫ଲକ୍ଷ ୭୪ ହଜାର ଟଙ୍କା, ବାଇକ୍‌, ମାରଣାସ୍ତ୍ର ଜବତ

Advertisment
୧୩ ଡକାୟତ ଗିରଫ: ୫ଲକ୍ଷ ୭୪ ହଜାର ଟଙ୍କା, ବାଇକ୍‌, ମାରଣାସ୍ତ୍ର ଜବତ

ଭବାନୀପାଟଣା: କଳାହାଣ୍ଡି ପୁଲିସ୍‌ ଏକ ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ଘଟଣାରେ ସଂପୃକ୍ତ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୫ଲକ୍ଷରୁ ଅଧିକ ଟଙ୍କା, ବାଇକ୍‌, ମୋବାଇଲ, ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଥିବା ଏସ୍‌ପି ଅଭିଳାଷ ଜି. ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ରେଙ୍ଗାଲି ଗ୍ରାମର ରାଜ କିଶୋର ନାଗ ନିଜ ପାଖରେ କିଛି ସୁନା ଅଛି ଏହାକୁ କମ୍‌ ଦାମରେ କିଣିବା ପାଇଁ ପୁଇଁତଲାର ଗୁଣନିଧି ସାହୁଙ୍କୁ କହିଥିଲେ।

ଏହି ସମସ୍ତ ସୁନାକୁ ୧୩ ଲକ୍ଷ ୫ହଜାରରେ କିଣିବା ପାଇଁ ଗୁଣନିଧି ରାଜି ହୋଇଥିଲେ। ଏହି ସୁନା ନେଇ ଟଙ୍କା ଦେବାକୁ ଭବାନୀପାଟଣା ନିକଟରେ ନିର୍ମାଣଧୀନ ବାଇପାସ ରାସ୍ତାରେ ଜାଗା ସ୍ଥିର ହୋଇଥିଲା। ଗୁଣନିଧି ସେହି ସ୍ଥାନରେ ପହଞ୍ଚିବା ପରେ ପୂର୍ବ ଯୋଜନା ଅନୁଯାୟୀ ସୁନା ନଦେଇ ତାଙ୍କଠାରୁ ୧୩ ଲକ୍ଷ ୫ହଜାର ଟଙ୍କା ଲୁଟ୍‌ କରାଯାଇଥିଲା। ଏପରିକି ରାଜ କିଶୋରର ସାଥୀମାନେ ସିଆର୍‌ପିଏଫ୍‌ ପୁଲିସ୍‌ ଡ୍ରେସରେ ମଧ୍ୟ ଗୁଣନିଧିଙ୍କୁ ଭୟଭୀତ କରିଥିଲେ। ଏନେଇ ଭବାନୀପାଟଣା ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ସଦର ପୁଲିସ୍‌ ଏସ୍‌ଡିପିଓ ସୁନାରାମ ହେମ୍ରମ ଓ ଆଇଆଇସି ରଶ୍ମିତା ପ୍ରଧାନଙ୍କ ନେତୃତ୍ବରେ ଟିମ୍‌ ଗଠନ କରି ବଲାଙ୍ଗୀର ଓ ଭବାନୀପାଟଣାର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା।

ଏହି ଘଟଣାରେ ସଂପୃକ୍ତ ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା କନ୍ଧଉଳବା ଗାଁର ବିନୟ ସେଠ(୩୯), ରେଙ୍ଗାଲି ଗ୍ରାମର ରାଜ କିଶୋର ନାଗ (୩୦), ଚାରଭଟା ଗ୍ରାମର ବବଲୁ ରଣା (୨୯), ଭବାନୀପାଟଣା ଗୋସାଲପଡ଼ାର ଜନିଲା ହେମନ୍ତ କୁମାର (୩୭), ନୂଆଗାଁର ସୁଶାନ୍ତ ନାୟକ (୨୮), କରନପିଟାର ମହେନ୍ଦ୍ର ମହତୋ (୩୦), ଇରିଗେସନ କଲୋନିର ମାନସ ବିଶି (୪୦), ନୂଆଗାଁର ରବୀନ୍ଦ୍ର ନାୟକ (୪୨), ନୂଆଗାଁର ସୁଦାମ ନାୟକ (୪୨), ନୂଆଗାଁର ଶାନ୍ତା ନାୟକ (୨୮), ନୂଆଗାଁର ସୁଜିତ ବାଗ (୨୬), ନୂଆଗାଁର ଉମାଶଙ୍କର ତାଣ୍ଡି (୪୪), ନୂଆଗାଁର କ୍ଷିତିଶ ନାଏକ (୨୪)ଙ୍କ ସମେତ ୧୩ ଜଣଙ୍କୁ ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଛି। ସେମାନଙ୍କଠାରୁ ୫ଲକ୍ଷ ୭୪ହଜାର ୫୦୦ ଟଙ୍କା, ସୁନା, ଗୋଟିଏ ବାଇକ, ୧୪ଟି ମୋବାଇଲ, ୯ଟି ରୁପା କଏନ, ଗୋଟିଏ ତମ୍ବା ଗଡୁ ସହ ବହୁ ମାରଣାସ୍ତ୍ର ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe