ମା’ ରୁଦ୍ରକାଳୀଙ୍କ ୧୩ଦିନିଆ ଦଣ୍ଡଯାତ୍ରା ଆରମ୍ଭ; ପାରଂପରିକ ବାଦ୍ୟ ଓ ନୃତ୍ୟରେ କମ୍ପୁଛି ଘୁମୁସର ଉଦୟଗିରି ଅଞ୍ଚଳ

ମା’ ରୁଦ୍ରକାଳୀଙ୍କ ୧୩ଦିନିଆ ଦଣ୍ଡଯାତ୍ରା ଆରମ୍ଭ; ପାରଂପରିକ ବାଦ୍ୟ ଓ ନୃତ୍ୟରେ କମ୍ପୁଛି ଘୁମୁସର ଉଦୟଗିରି ଅଞ୍ଚଳ

ଘୁ.ଉଦୟଗିରି: ‌ସୋମବାର ଠାରୁ ସ୍ଥାନୀୟ ସହରରେ ଆରମ୍ଭ ହୋଇଛି ମା ରୁଦ୍ରକାଳୀଙ୍କ ଦଣ୍ଡଯାତ୍ରା। ପାରମ୍ପରିକ ଦଣ୍ଡଯାତ୍ରା ନିମନ୍ତେ ମନ୍ଦିର ପରିସରରେ ଶୁଭ ଖୁଣ୍ଟି ସ୍ଥାପନ ସହ ନୂତନ ପାଟ ଢୋଲ ଛପର, ପାଟ ଭୁକୁତା, ଦଣ୍ଡ ଅଧିକାରୀଙ୍କୁ ବରଣ କରିବା ପରେ ମନ୍ଦିର ଭିତରେ ଅଗ୍ନି ବାହାର କରିବା ମା’ଙ୍କ ପୂଜାର୍ଚ୍ଚନା କରି ସ୍ଥାନୀୟ ଶଙ୍ଖସାହି ସ୍ଥିତ ସାଲୁଙ୍କି ନାଳକୁ ଯାଇ ସ୍ନାନ ସାରି ପୂଜା ପାଠ ଭୋଗ କରି କୁମ୍ଭ କଳସ ଧରି ଢୋଲ ମହୁରୀ ଗିନୀ ବଜେଇ ହଜାର ହଜାର ଭକ୍ତଙ୍କ ଗହଣରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ପରେ ମନ୍ଦିରରେ ସମସ୍ତ ଙ୍କୁ ପୁରଜାର୍ଚନା କରି ମନ୍ଦିର ଭିତରକୁ ପାଛୋଟି ନେଇଥିଲେ।

publive-image

ମନ୍ଦିର ଭିତରେ ପ୍ରଭୁ ଆନନ୍ଦେଶ୍ୱରଙ୍କୁ ପୂଜାର୍ଚନା ଭୋଗରାଗ ପରେ ପାଦୁକା ସାରିଥିଲେ। ଏହି ଯାତ୍ରା ୧୩ଦିନ ଧରି ଚାଲିବ ଆସନ୍ତା ୧୩ତାରିଖ ମାସନ୍ତ ଦିନ ମେରୁ ଯାତ୍ରା ଅନୁଷ୍ଠିତ ହେବ।ଚଳିତ ବର୍ଷ ଦଣ୍ଡ ଯାତ୍ରାରେ ଅଧିକାରୀ ଭାବେ ଜବାହାରଲାଲ ପରିଛା ଅଧିକାରୀ ଭାବେ ଦାୟିତ୍ୱ ନେଇଥିବା ବେଳେ ପାତ ଭୁକୁତା ଭାବେ ଶରଣପଞ୍ଜର ମାଝୀ ଦାୟିତ୍ୱ ନେଇଛନ୍ତି। ଜୟ ନାୟକ, ଅଶ୍ୱିନୀ, ଶ୍ୟାମ ନାୟକ ପ୍ରଭୁତି ୧୩ଭୁକୁତା ଦାୟିତ୍ୱରେ ରହି ଦଣ୍ଡ ଯାତ୍ରା ପରିଚାଳନା କରୁଛନ୍ତି। ପ୍ରଶାସନର କୋଭିଡ କଟକଣା ଯୋଗୁଁ ୪ ବର୍ଷ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉନଥିବା ବେଳେ ଚଳିତ ବର୍ଷ ସାମାଜିକ ନାଟକ କଳିଯୁଗ ତତେ ଦୁରୁ ଜୁହାର ପ୍ରତ୍ୟକ ରାତିରେ ରୁଦ୍ରକାଳୀ ନାଟ୍ୟସଙ୍ଘ କଳାକାର ମାନଙ୍କ ଦ୍ୱାରା ମଞ୍ଚସ୍ତ ହେବ। ମଙ୍ଗଳବାର ଠାରୁ ୧୨ଦିନ ଧରି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ମାନସିକ ଘର ସମ୍ମୁଖରେ ପୂଜାପାଠ ସହ ଦଣ୍ଡ ଯାତ୍ରା ଅନୁଷ୍ଠିତ ହେବା ନେଇ ସୂଚନା ଦେଇଛନ୍ତି ମନ୍ଦିର କମିଟି ସଭାପତି କାଳୁ ଚରଣ ପଣ୍ଡା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe