ଏଟିଏମ୍‌ ତାଡ଼ି ୧୩ ଲକ୍ଷ ଲୁଟ୍‌, ସିସିଟିଭି ଫୁଟେଜ୍‌ ନେଇ ପୁଲିସ୍ ତଦନ୍ତ ଜାରି

Advertisment
ଏଟିଏମ୍‌ ତାଡ଼ି ୧୩ ଲକ୍ଷ ଲୁଟ୍‌, ସିସିଟିଭି ଫୁଟେଜ୍‌ ନେଇ ପୁଲିସ୍ ତଦନ୍ତ ଜାରି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ କେସିଙ୍ଗା ରାସ୍ତା ପେଟ୍ରୋଲ ପମ୍ପ ନିକଟ ଷ୍ଟେଟବ୍ୟାଙ୍କ ଏଟିଏମ୍‌କୁ ତାଡ଼ି ପ୍ରାୟ ୧୩ ଲକ୍ଷ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ରାତି ପ୍ରାୟ ୨ରୁ ସାଢ଼େ ୨ଟା ମଧ୍ୟରେ ୩ ଜଣ ଦୁର୍ବୃତ୍ତ ଗ୍ୟାସ କଟରରେ ଏଟିଏମ୍‌କୁ କାଟି ଟଙ୍କା ବାକ୍ସ ନେଇ ଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି।

ଷ୍ଟେଟ୍‌ବ୍ୟାଙ୍କ ଚିଫ୍ ମ୍ୟାନେଜରଙ୍କ ଅଭିଯୋଗ ପରେ ସଦର ଥାନା ପୁଲିସ୍‌ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି। ଏଟିଏମ୍‌ରେ ସିକ୍ୟୁରିଟି ଗାର୍ଡ ନଥିବା ଯୋଗୁ ଏହାର ଫାଇଦା ନେଇ ଦୁର୍ବୃତ୍ତମାନେ ଏଟିଏମ୍‌ ଲୁଟ୍‌ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe