ପୁଲିସ ଜାଲରେ ଯାଯାବର ଲୁଟେରା ଗ୍ୟାଙ୍ଗ, ୧୩ ମୋବାଇଲ, ୩ ଲାପ୍‌ଟପ୍‌ ଜବତ

ପୁଲିସ ଜାଲରେ ଯାଯାବର ଲୁଟେରା ଗ୍ୟାଙ୍ଗ, ୧୩ ମୋବାଇଲ, ୩ ଲାପ୍‌ଟପ୍‌ ଜବତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୁଟ୍‌ କରୁଥିବା ଏକ ଯାଯାବର ଲୁଟେରା ଗ୍ୟାଙ୍ଗକୁ ଟାଉନ ପୁଲିସ ଧରିବାରେ ସଫଳ ହୋଇଛି। ସେମାନଙ୍କଠାରୁ ୧୩ଟି ମୋବଇଲ ଏବଂ ୩ଟି ଲାପ୍‌ଟପ୍‌ ମଧ୍ୟ ଜବତ ହୋଇଛି। ଏହି ଗ୍ୟାଙ୍ଗରେ ୩ଜଣ ପୁରୁଷ, ଜଣେ ମହିଳା ଓ ୪ଜଣ ଛୁଆ ଅଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଏହି ଯାଯାବର ଗ୍ୟାଙ୍ଗ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାଇ ତମ୍ବୁ ଲଗାଇ କିଛିଦିନ ଲେଖାଏଁ ରହନ୍ତି। ସେହି ଅଞ୍ଚଳରୁ ଲୁଟ୍‌ କରିବା ପରେ ଅନ୍ୟତ୍ର ପଳାଇ ଯାଆନ୍ତି। ପରିଚୟ ନଥିବାରୁ ସେମାନଙ୍କୁ ଧରିବାରେ ପୁଲିସ ବିଫଳ ହୋଇଥାଏ। କିଛିଦିନ ତଳେ କେନ୍ଦୁଝର କୋର୍ଟର ଜଣେ ବିଚାରପତିଙ୍କ ଘରୁ ଲ୍ୟାପଟପ୍‌ ଚୋରି ହୋଇଥିଲା। ଲୁଟେରାଙ୍କୁ ଧରିବା ପାଇଁ ଟାଉନ ପୁଲିସ ଉଦ୍ୟମ କରିଥିଲା। ଗତକାଲି ଏହି ଲୁଟେରା ଗ୍ୟାଙ୍ଗକୁ ଧରିବାରେ ପୁଲିସ ସଫଳ ହୋଇଛି। ଲୁଟେରାଙ୍କଠାରୁ ବିଚାରପତିଙ୍କ ଲ୍ୟାପଟପ୍‌ ସମେତ ୩ଟି ଲ୍ୟାପଟପ୍‌ ଏବଂ ୧୩ଟି ମୋବାଇଲ ଜବତ ହୋଇଛି। ସମସ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରମୋଦିନୀ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe