ନୂଆପଡା: ବିଜୟାଦଶମୀ ଅବସରରେ ମଙ୍ଗଳବାର ନୂଆପଡା ଜିଲ୍ଲାର କୋମନା ଥାନା ଅନ୍ତର୍ଗତ କାଣ୍ଡେତରା ଗାଁରେ ରାବଣ ପ୍ରତିକୃତି ପୋଡ଼ିବା ପୂର୍ବରୁ ଢଳି ପଡ଼ିଛି। ଜଣେ ୧୩ ବର୍ଷର ବାଳକ ଉପରେ ରାବଣ ପ୍ରତିକୃତି ପଡ଼ିଛି। ଫଳରେ ବାଳକ ଗୁରୁତର ହେବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ କାଣ୍ଡେତରା ଗାଁରେ ବିଜୟାଦଶମୀ ଅବସରରେ ଆଜି ରାବଣ ପୋଡ଼ି ଉତ୍ସବ ପାଇଁ ଆୟୋଜନ କରାଯାଇଥିଲା। ଏଥି ପାଇଁ ଏକ ରାବଣ ପ୍ରତିକୃତି ନିର୍ମାଣ କରାଯାଇ ଏକ ଟ୍ରାକ୍ଟରରେ ପଡ଼ିଆକୁ ନିଆଯାଇଥିଲା। ମାତ୍ର ରାବଣକୁ ପଡ଼ିଆରେ ଛିଡ଼ା କରାଯାଉଥିବା ବେଳେ ସେଠାରେ ଗାଁର ଗଙ୍ଗାଧର ସତନାମୀଙ୍କ ପୁଅ ଯୋଗେଶ୍ୱର ସତନାମୀ (୧୩) ଅନ୍ୟ ପିଲାମାନଙ୍କ ସହିତ ଖେଳୁଥିଲା।
ରାବଣ ପ୍ରତିକୃତି ଯୋଗେଶ୍ୱର ଉପରେ ପଡ଼ିଯିବାରୁ ସେ ଚାପି ହୋଇଯାଇଥିଲା। ଉପସ୍ଥିତ ଲୋକେ ଯୋଗେଶ୍ୱରକୁ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଯୋଗେଶ୍ୱରକୁ ଅନ୍ୟ ହସ୍ପିଟାଲ ସ୍ଥାନାନ୍ତର କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ କାଣ୍ଡେତରା ଗାଁରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ଶେଷ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2019/10/81e48386-59c5-43f7-9127-f07f1d8904df.jpg)