ଝାରସୁଗୁଡ଼ାରେ ବେଦାନ୍ତ ପକ୍ଷରୁ ୧୩୦ଟି ନନ୍ଦଘର ଉଦ୍‌ଘାଟିତ

Advertisment

୧୨୭ଟି ଗ୍ରାମରେ ୭ ହଜାରରୁ ଅଧିକ ପିଲାଙ୍କ ଜୀବନରେ ଉନ୍ନତି ଆଣିବ

୧୨୭ଟି ଗ୍ରାମରେ ୭ ହଜାରରୁ ଅଧିକ ପିଲାଙ୍କ ଜୀବନରେ ଉନ୍ନତି ଆଣିବ

ଝାରସୁଗୁଡ଼ାରେ ବେଦାନ୍ତ ପକ୍ଷରୁ ୧୩୦ଟି ନନ୍ଦଘର ଉଦ୍‌ଘାଟିତ

ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡ଼ାରେ ୧୩୦ଟି ନନ୍ଦଘର ଉଦ୍‌ଘାଟିତ ହୋଇଯାଇଛି। ନନ୍ଦ ଘର ହେଉଛି ଅତ୍ୟାଧୁନିକ ଅଙ୍ଗନବାଡ଼ିର ଏକ ନେଟୱର୍କ। ଯାହା ବେଦାନ୍ତ ଦ୍ୱାରା ସର୍ମଥିତ ମହିଳା ଓ ଶିଶୁ କଲ୍ୟାଣ ଉଦ୍ଦେଶ୍ୟରେ କାର୍ଯ୍ୟ କରିଥାଏ। ଏହି ନନ୍ଦ ଘର ୧୨୭ଟି ଗାଁର ୭ହଜାରରୁ ଅଧିକ ପିଲାଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ଯାଉଥିବା ନେଇ ବେଦାନ୍ତ ପକ୍ଷରୁ ଏକ ପ୍ରେସ୍ ବିବୃତିରେ ସୂଚନା ପ୍ରଦାନ କରାଯାଇଛି।

ଝାରସୁଗୁଡ଼ାର ବିଧାୟିକା ଦୀପାଳି ଦାସ, ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଣ୍ୟବତୀ ହେଲେନ୍ ଖେସ୍, ବେଦାନ୍ତ ଆଲୁମିନିୟମ୍ ସିଓଓ ସୁନୀଲ ଗୁପ୍ତା ଅତିଥି ଭାବେ ଉପସ୍ଥିତ ରହି ଏହି ନନ୍ଦଘରର ଉଦ୍ଘାଟନ କରିଥିଲେ। ଏଠାରେ ୧ ବର୍ଷରୁ କମ୍ୀ ବୟସର ପିଲାଙ୍କ ପ୍ରାକ ସ୍କୁଲ ପ୍ରସ୍ତୁତି, ପୁଷ୍ଟିକର ଖାଦ୍ୟ ଓ ଗର୍ଭବତୀ ତଥା ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ, ସ୍ୱାସ୍ଥ୍ୟସେବା ଉପରେ ନନ୍ଦଘର ଗୁଡ଼ିକ ଦ୍ୱାରା ଉପଯୁକ୍ତ ସେବା ପ୍ରଦାନ କରାଯାଇଥାଏ। ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରି ବିଧାୟିକା ଦୀପାଳି ଦାସ କହିଛନ୍ତି, ‘ମୁ ବେଦାନ୍ତ ଓ ଅନିଲ ଅଗ୍ରୱାଲ ଫାଉଣ୍ଡେସନକୁ ଧନ୍ୟବାଦ ଦେବାକୁ ଚାହିଁବି ଯିଏକି ଆମ ସମାଜର ମହିଳା ଓ ଶିଶୁଙ୍କ କଲ୍ୟାଣ ପାଇଁ ଏହି ପଦକ୍ଷପେ ଗ୍ରହଣ କରିଛନ୍ତି।’ ସିଓଓ ସୁନୀଲ ଗୁପ୍ତା କହିଛନ୍ତି, ‘ବେଦାନ୍ତର ନନ୍ଦଘର ପ୍ରକଳ୍ପ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କ ମହିଳା ଓ ଶିଶୁ କଲ୍ୟାଣ ଉଦ୍ଦେଶ୍ୟରେ ଏକ ମହତ ଚିନ୍ତାଧାରା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe