୧୩୪ ଲିଟର ନକଲି ବିଦେଶୀ ମଦ ଜବତ, ୨ ଅଭିଯୁକ୍ତ ଗିରଫ

Advertisment
୧୩୪ ଲିଟର ନକଲି ବିଦେଶୀ ମଦ ଜବତ, ୨ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ଅବକାରୀ କମିସନର ଓ ଗଂଜାମ ଜିିଲ୍ଲାପାଳଙ୍କ ନିିର୍ଦ୍ଦେଶରେ ଶନିବାର ଗୋପାଳପୁର ଥାନା ଅନ୍ତର୍ଗତ ଡୁରା ଗାଁରେ ଅବକାରୀ ଗୁଇନ୍ଦା ବିଭାଗ ୧୩୪ ଲିଟର ନକଲି ବିଦେଶୀ ମଦ ଜବତ ହୋଇଛି। ଏହି କାରବାର ସହିତ ଜଡ଼ିତ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁର ପ୍ରେମନଗରର ଲେନ୍‌-୫ ନିବାସୀ ଭି ବଦ୍ରିନାରାୟଣ ପାତ୍ର (୬୩)  ଓ ଚିକିଟିର ନିରଞ୍ଜନ ଗୌଡ (୨୭)।

ଅବକାରୀ ଗୁଇନ୍ଦା ବିଭାଗକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା‌ ଯେ, ଡୁରା ଗାଁରେ ବିଦେଶୀ ମଦ ବ୍ୟବସାୟ ଚାଲିଛି। ଅଭିଯୁକ୍ତମାନେ ମଦବୋତଲରେ ଦାମି କଂପାନିର ଲୋଗୋ ଲଗାଇ ଗ୍ରାହକଙ୍କୁ ଠକୁଛନ୍ତି। ତେବେ ଯୋଜନା ଅନୁସାରେ ଅବକାରୀ ଗୁଇନ୍ଦା ବିଭାଗର ବ୍ରହ୍ମପୁର ଶାଖା ପକ୍ଷରୁ ସଂଯୁକ୍ତ ଭାବେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ମୋଟ ୧୩୪.୧୪୦ ଲିଟର ନକଲି ବିଦେଶୀ ମଦ ଜବତ ହୋଇଥିଲା। ସେହିପରି ବୋତଳ, ବିଭିନ୍ନ କଂପାନୀର ଲେବେଲ, ନଗଦ ଟଙ୍କା, ଗୋଟିଏ ବାଇକ୍‌ ଓ ଗୋଟିଏ ସ୍କୁଟର ଜବତ ହୋଇଥିଲା। ମୋଟ ଜବତ ହୋଇଥିବା ଜିନିଷର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ। ଏନେଇ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe