କଟକ: ଆଜି କଟକ ସହରରୁ ମୋଟ ୧୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୩୬ ଜଣ ଓ ସ୍ଥାନୀୟ ଅଂଚଳରୁ ୩ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।
ସିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୪୯ ଜଣ ପୁରୁଷ ଓ ୧୮ ଜଣ ମହିଳା ଅଛନ୍ତି। ଗୃହ ସଂଗରୋଧରୁ ୬୮ ଜଣ ଆକ୍ରାନ୍ତ ଅଛନ୍ତି। ଗୃହ ସଂଗରୋଧରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ତୁଳସୀପରରୁ ୭ ଜଣ, ବକ୍ସି ବଜାରରୁ ୬ ଜଣ, ଡିଏ ସେକ୍ଟର-୭ ୫ ଜଣ, ବିଡ଼ାନାସୀ, ବିଦ୍ୟାଧରପୁରରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହତାବ ରୋଡ, ନୟାବଜାରରୁ ୩-୩ ଜଣ, କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/sambad/media/post_attachments/wp-content/uploads/2020/09/EjA6G5wUMAAGtF9-820x1024.jpg)
ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ ମୋଟ ୩୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ କଟକ ସହରରୁ ୧୩୯ ଜଣ ଅଛନ୍ତି। ତେବେ ଏପର୍ଯ୍ୟନ୍ତ କଟକ ସହରରୁ ୧୧ ହଜାର ୬୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ହଜାର ୯୦୪ ଜଣ ସୁସ୍ଥ ହୋଇସାରିଛନ୍ତି। କିନ୍ତୁ ୨ ହଜାର ୭୦୩ ଜଣ ଚିକିତ୍ସାଧୀନ ଥିବା ବେଳେ ୪୪ ଜଣଙ୍କର ମୃତ୍ୟୁ ହୋଇଛି।
Follow Us