ବନ୍ଧୁତ୍ବର ଦ୍ବାହି ଦେଇ ୧୪ ଲକ୍ଷ ଠକିନେଲା, ଅଭିଯୁକ୍ତ ଗିରଫ

Advertisment
ବନ୍ଧୁତ୍ବର ଦ୍ବାହି ଦେଇ ୧୪ ଲକ୍ଷ ଠକିନେଲା, ଅଭିଯୁକ୍ତ ଗିରଫ

Mint

ଉତ୍କେଲା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଉତ୍କେଲା ଗ୍ରାମର ବୈବସୁତ ନାଏକ ଓ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପତରାପାଲି ଗ୍ରାମର ଅଜୟ ମହାଲିକଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ବନ୍ଧୁତା ରହିଥିଲା। ଅଜୟ ଆଗରୁ ଅନେକ ଥର ବୈବସୁତଙ୍କ ଘରକୁ ଯିବାଆସିବା କରିଛନ୍ତି। ଉତ୍କେଲାରେ ଥିବା ବୈବସୁତଙ୍କ ଜମି ଉଡ଼ାଯାହାଜ ପଡ଼ିଆ ​ଯୋଗୁଁ ଯାଇଥିବାରୁ ସେ ଲକ୍ଷାଧିକ ଟଙ୍କା ପାଇଥିଲେ। ଏହା ଅଜୟ ଜାଣିବା ପରେ କିଛି ଟଙ୍କା ଉଧାର ମାଗିଥିଲେ। ଘନିଷ୍ଠ ବନ୍ଧୁ ହିସାବରେ ବୈବସୁତ ତାଙ୍କୁ ୭ ଲକ୍ଷ ଟଙ୍କା ଦେଇଥିଲେ।

ଦୀର୍ଘ ଦିନ ପରେ ତାହା ଫେରାଇ ନଥିବା ବେଳେ ଅଜୟ ବୈବସୁତଙ୍କଠାରୁ ପୁଣି ୭ ଲକ୍ଷ ୫୦ ହଜାର ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଛି। ସମୁଦାୟ ୧୪ ଲକ୍ଷ ୫୦ ହଜାର ଟଙ୍କା ନେଇଥିବା ନେଇ ଉତ୍କେଲା ଫାଣ୍ଡିରେ ବୈବସୁତ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ଅଭିଯୁକ୍ତ ଅଜୟ ମହାଲିକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ଦେଇଛି। ଏହି ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe