ବାହାର ରାଜ୍ୟ ଫେରନ୍ତାଙ୍କ ଉପରେ କଡ଼ା ନଜର, ୧୪ ପଜିଟିଭ୍‌ ପରେ ଚିନ୍ତା ବଢ଼ିଲା  

ବାହାର ରାଜ୍ୟ ଫେରନ୍ତାଙ୍କ ଉପରେ କଡ଼ା ନଜର, ୧୪ ପଜିଟିଭ୍‌ ପରେ ଚିନ୍ତା ବଢ଼ିଲା  
 ପାରଳାଖେମୁଣ୍ତି :  ଗଜପତି ଜିଲ୍ଲାକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ଉପରେ ଆଜିଠାରୁ ପ୍ରବେଶ କଟକଣା କଡ଼ାକଡ଼ି ହୋଇଛି।  ପ୍ରଶାସନ ଏବ˚ ପୁଲିସ ଆଜି  ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା ସମସ୍ତ ପ୍ରବେଶ ପଥରେ  ନାକା ଲଗାଇବା ସହ  ସକ୍ରିୟ ହୋଇଛନ୍ତି। ଗତ କୋଭିଡ଼୍‌ ସମୟର ଅଭିଜ୍ଞତାକୁ ଆଖି ଆଗରେ ରଖି ନାକା କେନ୍ଦ୍ର ଗୁଡ଼ିକ ପରିଚାଳନା ହେବ ବୋଲି ଆରକ୍ଷୀ ଅଧୀକ୍ଷକ ତପନ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ‌ତେବେ ଗତ ୩ ଦିନ ହେଲା ନାକା କେନ୍ଦ୍ର ଗୁଡିକ ସକ୍ରିୟ ହୋଇଥିବା ବେଳେ ଆଜିଠାରୁ ପଡୋଶୀ ରାଜ୍ୟରୁ ଆସୁଥିବା ବିଭିନ୍ନ ସ୍କୁଲ  ଓ କଲେଜ ବସ ଗୁଡିକ ଯାତାୟାତ ବନ୍ଦ ହୋଇଯାଇଛି। ପଡୋଶୀ ରାଜ୍ୟରେ ବିଭିନ୍ନ ବିଦ୍ୟାଳୟରେ ସମସ୍ତ ଶ୍ରେଣୀ ପରୀକ୍ଷା ଚାଲିଥିବା ଯୋଗୁଁ  ପୁରୁଣାପାଟଣା ଯାଉଥିବା ସ୍ଥାନୀୟ ଛାତ୍ରଛାତ୍ରୀ ଏବେ ଚିନ୍ତାରେ ପଡ଼ିଛନ୍ତି।  ନୂତନ କୋଭିଡ଼୍‌ ନିୟମ ହେବାପରେ ଛାତ୍ରଛାତ୍ରୀଙ୍କ ଯାତାୟାତ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ ବୋଲି ଗଜପତି ଜିଲ୍ଲାପାଳଙ୍କୁ କିଛି ଅଭିଭାବକ ଲିଖିତ ଭାବେ ଜଣାଇଛନ୍ତି।
        ଆଜି ଜିଲ୍ଲାରେ ୧୪ଟି ପଜିଟିଭ୍‌ ଚିହ୍ନଟ ହେବାପରେ ଗଜପତି ପ୍ରଶାସନ ପାଇଁ ଚିନ୍ତା ବଢ଼ିଛି।  ପାରଳା ସହର ମଧ୍ୟରେ ୭ ଚିହ୍ନଟ ହୋଇଥିବା ବେଳେ ରା.ଉଦୟଗିରିରୁ ୫, ମୋହନାରୁ ୧ଏବ˚ ବିଶାଖାପାଟଣା ଫେରନ୍ତା ୧ ରହିଛନ୍ତି। ତେବେ ୬ ଜଣ ବାହାର ରାଜ୍ୟକୁ ବୁଲିବାକୁ ଯାଇ କରୋନା ପଜିଟିଭ୍‌ ହୋଇଥିବା ସୂଚନା ମିଳିଛି। କରୋନା କଟକଣାକୁ କଡ଼ାକଡ଼ି କରିବାକୁ ଯାଇ ପ୍ରଶାସନ ପକ୍ଷରୁ  ବିଭିନ୍ନ ଦୋକାନ ସମ୍ମୁଖରେ ଗ୍ରାହକଙ୍କ ପାଇଁ  ସ୍ଥାନ ଚିହ୍ନଟ କରିବା, ସମସ୍ତ ବ୍ୟବସାୟୀ  ଓ ଦୋକାନ କର୍ମଚାରୀଙ୍କ କୋଭିଡ଼୍‌ ପରୀକ୍ଷା କରିବା , ମାସ୍କ୍‌ ନିୟମକୁ କଡ଼ାକଡ଼ି କରିବା ଭଳି  ପଦକ୍ଷେପକୁ ଜିଲ୍ଲା ପ୍ରଶାସନ ଜୋର୍‌ଦାର କରିଛି। ଔଷଧ ଦୋକାନରେ କେଉଁ ଗ୍ରାହକ ଥଣ୍ତାଜ୍ବର ଓ କାଶ ପାଇଁ ଔଷଧ ନେଉଛନ୍ତି ସେମାନଙ୍କର ସ˚ପୂର୍ଣ୍ଣ ଠିକଣା ରଖିବା ପାଇଁ ରାଜ୍ୟ ଭେଷଜ ନିର୍ଦ୍ଦେଶକଙ୍କର ନିୟମାବଳୀ କାର୍ଯ୍ୟକାରୀ ଆରମ୍ଭ ହୋଇଛି। ବିଗତ ୧ ସପ୍ତାହ ମଧ୍ୟରେ କରୋନା ପଜିଟିଭ୍‌ ମାମଲା ବୃଦ୍ଧି ପାଉଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିବା  ଉପଜିଲ୍ଲାପାଳ  ସ˚ଗ୍ରାମ ପଣ୍ତା ସୂଚନା ଦେଇଛନ୍ତି।  ପ୍ରଶାସନ ପକ୍ଷରୁ ଯାଜପୁର ଗ୍ରାମରେ ଠାକୁରାଣୀ ଯାତ୍ରା ପାଇଁ ୧୪୪ ଧାରା ଲାଗୁ କରିବା ପରେ ଗୋଷାଣୀ ବ୍ଲକ୍‌ର ଗୁରାଣ୍ତି ଥାନା ଅଧିନରେ ଥିବା ଭିନଳା ଏବ˚  ମୋହନା ବ୍ଲକ୍‌ର ମୋହନା ଥାନା ଅଧିନରେ ଥିବା ମାଣିକପୁରରେ ମଧ୍ୟ ୧୪୪ ଧାରା ଲାଗୁକରିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe