ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ୧୪ ୱାର୍ଡମେମ୍ବର

Advertisment
ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ୧୪ ୱାର୍ଡମେମ୍ବର

ବୀରମହାରାଜପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ କାର୍ଯ୍ୟକ୍ରମ ଓ ଚଳିତ ନିର୍ବାଚନରେ ବୀରମହାରାଜପୁରରେ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କୁ ଦଳ ପ୍ରାର୍ଥୀ କରିଥିବାରୁ ବାଗବର ପଞ୍ଚାୟତର ୧୪ ଜଣ ୱାର୍ଡମେମ୍ବର ଗୁରୁବାର ବିଜେପିରେ ସାମିଲ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଉଲୁଣ୍ଡା କଲେଜ ପଡ଼ିଆରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଏହି ୱାର୍ଡମେମ୍ବରମାନେ ପଦ୍ମ ଧରିଛନ୍ତି। ବିଜେପିରେ ଯୋଗ ଦେଇଥିବା ୱାର୍ଡମେମ୍ବରମାନେ ହେଲେ ଈଶ୍ଵର ମେହେର, ପର୍ଶୁରାମ ଲୁହା, ଭକ୍ତ ବନ୍ଧୁ ବୁଡେକ, ସ୍ବରାଜ ଦେହୁରୀ, କୁଶ ମେହେର, ବିକାଶ ବାରିକ୍, ରଞ୍ଜିତ କର୍ମୀ, ସୁରେନ୍ଦ୍ର ମେହେର, ଯଦୁମଣି ଛନ୍ଦ, ପବିତ୍ର ମେହେର, ବିପିନ ଭୋଇ, ଅଭୟ ପେରା, ଟିନା ମହାନନ୍ଦ, ବଳରାମ ଦୀପ୍ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି।

ବିଜୟ ସଂକଳ୍ପ ସମାବେଶରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ, ରାୟପୁର ବିଧାୟକ ପୁରନ୍ଦର ମିଶ୍ର, ବିଜେପିର ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସଂଗୀତା କୁମାରୀ ସିଂହଦେଓ, ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ରଘୁନାଥ ଜଗଦଲା, ବିଜେପି ଜିଲ୍ଲା ଉପସଭାନେତ୍ରୀ ନଳିନୀ ପଣ୍ଡା, ବରିଷ୍ଠ ନେତା ବଳରାମ ସୁନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe