ଟୁବିହୁଡ଼ା ନାବାଳକଙ୍କ ଗଳା କଟିବା ଘଟଣା: ୧୪ ବର୍ଷ ନାବାଳକ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୁଲିସ

Advertisment
ନାବାଳକର ଗଳା କଟିଗଲା, ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

Kalinga TV

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା କଳପଡ଼ା ପଞ୍ଚାୟତ ଟୁବିହୁଡ଼ା ଗ୍ରାମରେ ଗତ ୩ ତାରିଖ ରାତି ପ୍ରାୟ ୮ଟାବେଳେ ଜଣେ ସାତ ବର୍ଷର ନାବାଳକର ଗଳା କଟି ଯାଇଥିବା ବେଳେ ତାକୁ ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିା। ତାଙ୍କ ବେକ ସମେତ ହାତ ଆଙ୍ଗୁଠିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସଦର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଆଜି ସେହି ଗ୍ରାମର ୧୪ ବର୍ଷର ନାବାଳକଙ୍କୁ ଅଟକ ରଖିଛି। ଅଟକ ରହିଥିବା ବାଳକ ଦୁହେଁ ସାଙ୍ଗ ବୋଲି ସୂଚନା ମିଳିଛି।

ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ବ୍ଲକ୍‌ ଅଟାବୁଆ ଗ୍ରାମର କୈଳାସ ଦଳେଇଙ୍କ ପୁଅ ପପୁନି ଶୁଦ୍ଧିକ୍ରିୟା ପାଇଁ ଟୁବିଡୁହାସ୍ଥିତ ମାମୁଁ ଘରକୁ ଯାଇଥିଲା। ଗତ ୩ ତାରିଖ ରାତିରେ ଅଙ୍ଗନବାଡ଼ି ଘର ପଛପଟୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାକୁ ଗ୍ରାମବାସୀ ଉଦ୍ଧାର କରି ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତା’ର ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ୧୪ଟି ଷ୍ଟିଚ୍‌ ପଡ଼ିଥିଲା। ପୁଲିସ ଘଟଣାସ୍ଥଳରୁ ଏକ ବ୍ଲେଡ୍‌ ଓ ଚପଲ ମଧ୍ୟ ଜବତ କରିଥିଲା। ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବାବେ‌ଳେ ସେହି ଗ୍ରାମର ୧୪ ବର୍ଷର ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଦୁହେଁ ସାଙ୍ଗ ଥିବା ଜଣା ପଡ଼ିଛି। ପୋଖରୀରେ ଗାଧୋଉଥିବା ସମୟରେ ଦୁ‌ହିଁଙ୍କ ମଧ୍ୟରେ କଳି ହୋଇଥିଲା ଓ ପରେ ଏହାର ରାଗ ରଖି ଉକ୍ତ ବାଳକ ଜଣଙ୍କ ପପୁନିଙ୍କ ଗଳା ବ୍ଲେଡ଼ରେ କାଟିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe