ସମ୍ବଲପୁରରେ ୨୦ଟି ସ୍ଥାନରେ ୧୪୪ଧାରା ଜାରି

Advertisment
ସମ୍ବଲପୁରରେ ୨୦ଟି ସ୍ଥାନରେ ୧୪୪ଧାରା ଜାରି

www.jagran.com

ସମ୍ବଲପୁର: ସମ୍ବଲପୁର ସହରରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଦର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୦ଟି ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ଏଥିସହିତ ଆଗକୁ ଗଣେଶ ପୂଜା ଓ ନୂଆଖାଇ ଥିବାରୁ ସଟଡାଉନ୍‌କୁ ଦୁଇଦିନ ପାଇଁ କୋହଳ କରି ଦିଆଯାଇଛି।

ସୂଚନାଯୋଗ୍ୟ, ୧୪୪ ଧାରା ଜାରି ହୋଇଥିବା ଅଂଚଳ ମଧ୍ୟରେ ଅଇଁଠାପାଲି, ଧନୁପାଲି, ଟାଉନ୍‌, କ୍ଷେତରାଜପୁର, ବୁର୍ଲା ଓ ହୀରାକୁଦ ଥାନା ଅଞ୍ଚଳର ୨୦ଟି ସ୍ଥାନକୁ ଆସନ୍ତା ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ଏହି ୨୦ଟି ସ୍ଥାନ ମଧ୍ୟରେ କ୍ଷେତରାଜପୁର ପଦଦେଶୀ ପଡ଼ା, ମନ୍ଦଲିଆ, ବନ୍ଦନ ନଗର, ଜଲାନ୍‌ ଗଳି, ବରେଇପାଲି ପାଞ୍ଚଗଛିଆ, ହୀରାକୁଦ ଥାନାପଡ଼ା, ବୁର୍ଲା ମାର୍କେଟ, ସାକ୍ଷୀପଡ଼ା ସେବା ନର୍ସିଂହୋମ୍‌ ନିକଟ, ଧନୁପାଲି ଶିବ ନଗର, ମୋତିଝରନ୍‌ ଏଲ୍‌ଆଇସି କଲୋନି, ପିଡବ୍ଲ୍ୟୁଡି କଲୋନି, ନନ୍ଦପଡ଼ାର ହାଟପଡ଼ା, ମୁଦିପଡ଼ା ଲେବର କଲୋନି, ମୁଦିପଡ଼ା ଶିବ ମନ୍ଦିର ପଛପାର୍ଶ୍ୱ, ପାଣିଟାଙ୍କି ସମବାୟ ବ୍ୟାଙ୍କ ଗଳି, ହଟଲି ଗଳି ଅଞ୍ଚଳ, ଏଏନ୍‌ ଗୁହା ଲେନର ତାରିଣୀ ଗଳି, ଦଳେଇପଡ଼ା ଭାଗବତ ମନ୍ଦିର ଅଞ୍ଚଳ, ଦଳେଇପଡ଼ା ମେନ୍‌ ରୋଡ୍‌ ଓ ଗେଇଟି ରୋଡ୍‌ ଧର୍ମଶାଳା ଗଳି ଆଦି ସ୍ଥାନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe