ନେମାଳ ଅଚ୍ୟୁତାନନ୍ଦଙ୍କ ପୀଠରେ ୧୪୪ ଧାରା ଜାରି

ନେମାଳ ଅଚ୍ୟୁତାନନ୍ଦଙ୍କ ପୀଠରେ ୧୪୪ ଧାରା ଜାରି

Sambad

ନେମାଳ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ‌ର ପ୍ରସିଦ୍ଧ ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ସ୍ବନକ୍ଷତ୍ର ଉତ୍ସବ ଓ ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଚାଲିଥିବା ବେଳେ କରୋନା କଟକଣା ପାଇଁ ଆଜି ୨୨ ତାରିଖ ସନ୍ଧ୍ୟା ୬ଟା ଠାରୁ ୨୪ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପୀଠ ପରିସରରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଫଳରେ ଶ୍ରଦ୍ଧାଳୁଙ୍କ ମହଲରେ ନିରାଶାର ବାତାବରଣ ଦେଖିବାକୁ ମିଳିଛି।

ତେବେ ବିଧିବିଧାନ ସହିତ ପ୍ରଭୁଙ୍କର ପୂଜାର୍ଚ୍ଚନା ଯଥା ରିତୀନିତୀ ସହ ପାଳନ ହେବା ସହ ନାମ ମଣ୍ତପରେ ସଂକୀର୍ତ୍ତନ ମଣ୍ତଳୀ ଗୁଡ଼ିକ କରୋନା କଟକଣା ମାନି ନାମ ପରିବେଷଣ ପାଇଁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସେବାୟତ, କର୍ମକର୍ତ୍ତା, ସଂକୀର୍ତ୍ତନ ମଣ୍ତଳୀ ମାସ୍କ, ସାନିଟାଇଜର, ବ୍ୟବହାର ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ପୀଠ ଚର୍ତୁପାର୍ଶ୍ବରେ ସ୍ଥାନୀୟ ପୁଲିସ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଉଦ୍ୟମ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe