ସ୍ଥାନୀୟ ଅଂଚଳରୁ ୬୯ ଜଣ ଆକ୍ରାନ୍ତଙ୍କ ସମେତ କଟକ ସହରରୁ ଆଜି ୧୪୫ କରୋନା ପଜିଟିଭ୍‌ ଚିହ୍ନଟ

Advertisment
ସ୍ଥାନୀୟ ଅଂଚଳରୁ ୬୯ ଜଣ ଆକ୍ରାନ୍ତଙ୍କ ସମେତ କଟକ ସହରରୁ ଆଜି ୧୪୫ କରୋନା ପଜିଟିଭ୍‌ ଚିହ୍ନଟ

କଟକ: ଆଜି କଟକ ସହରରୁ ମୋଟ ୧୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୭୬ ଜଣ ଓ ସ୍ଥାନୀୟ ଅଂଚଳରୁ ୬୯ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ   ମୋଟ୍‌ ଆଜି ୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଜଣେ କୋଭିଡ ଯୋଦ୍ଧା, ୧୫ ଜଣ ପୁରୁଷ ଓ ୧୨ ଜଣ ମହିଳା ଅଛନ୍ତି। ସେହିପରି ଗୃହ ସଂଗରୋଧରୁ ୪୮ ଜଣ ଆକ୍ରାନ୍ତ ଅଛନ୍ତି। ସିଡିଏ ସେକ୍ଟର-୬, ମହାନଦୀ ବିହାରରୁ ୭ ଜଣ, ଚାଉଳିଆଗଂଜରୁ ୫ ଜଣ, ସିଡିଏ ସେକ୍ଟର-୭, ତିନିଘରିଆ, ତୁଳସୀପୁରରୁ ୪-୪ ଜଣ, ସିଡିଏ ସେକ୍ଟର-୯, ଗମ୍ଭାଡିଆ ଓ ସେଲ୍‌ଟର ଛକରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

publive-image

ସେହିପରି ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରେ ମହାନଦୀ ବିହାରରୁ ୮ ଜଣ, ବଡାନାସୀ, ସିଡିଏ ସେକ୍ଟର-୧୦ରୁ ୬ ଜଣ ଲେଖାଏଁ, ସିଡିଏ ସେକ୍ଟର-୧୧ରୁ ୫ ଜଣ, ଚାଉଳିଆଗଂଜ, ନୟାବଜାର, ଦେଉଳସାହିରୁ ୪-୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ ମୋଟ ୨୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ କଟକ ସହରରୁ ୧୪୫ ଜଣ ଅଛନ୍ତି। ତେବେ ଏପର୍ଯ୍ୟନ୍ତ କଟକ ସହରରୁ ୧୧ ହଜାର ୭୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯ ହଜାର ୧୨୬ ଜଣ ସୁସ୍ଥ ହୋଇସାରିଛନ୍ତି। କିନ୍ତୁ ୨ ହଜାର ୬୨୪ ଜଣ ଚିକିତ୍ସାଧୀନ ଥିବା ବେଳେ ୪୮ ଜଣଙ୍କର ମୃତ୍ୟୁ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe