୧୨ କୋଭିଡ୍‌ ଯୋଦ୍ଧାଙ୍କ ସମେତ ଆଜି କଟକରୁ ୧୪୯ କରୋନା ପଜିଟିଭ୍‌ ଚିହ୍ନଟ

Advertisment
୧୨ କୋଭିଡ୍‌ ଯୋଦ୍ଧାଙ୍କ ସମେତ ଆଜି କଟକରୁ ୧୪୯ କରୋନା ପଜିଟିଭ୍‌ ଚିହ୍ନଟ

କଟକ: ୧୨ ଜଣ କୋଭିଡ୍‌ ଯୋଦ୍ଧାଙ୍କ ସମେତ ଆଜି କଟକ ସହରରୁ ୧୪୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏସ୍‌ସିବି ମେଡିକାଲ ଆଇସୋଲେସନରୁ ମୋଟ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୪ ଜଣ ପୁରୁଷ, ଜଣେ ମହିଳା ଓ ଅନ୍ୟ ଜଣେ ପୁରୁଷ କୋଭିଡ ଯୋଦ୍ଧା ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସେହିପରି କଟକ ସହରର ଅନ୍ୟ ସରକାରୀ ସଂଗରୋଧରୁ ୪ ଜଣ ପୁରୁଷଙ୍କ ସମେତ ୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅନ୍ୟ ଗୋଟିଏ ସରକାରୀ ସଂଗରୋଧରୁ ୧୧ ଜଣ କୋଭିଡ ଯୋଦ୍ଧା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ପଜିଟିଭ୍‌ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୮ ଜଣ ସଂଗରୋଧରୁ ଥିବା ବେଳେ ସ୍ଥାନୀୟ ସଂକ୍ରମଣ ୭୧ ଜଣ।

publive-image

ସୂଚନାଯୋଗ୍ୟ, କଟକ ସିଏମ୍‌ସି ଅଧିନରୁ ଏପର୍ଯ୍ୟନ୍ତ ମୋଟ ୨୯୭୭ ଜଣ କରେନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୭୮୪ ଜଣ ସୁସ୍ଥ ହୋଇଛନ୍ତି। ମୋଟ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୭୯।

publive-image

ଗୃହ ସଂଗରୋଧରୁ ୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଖାନନଗରରୁ ୬ ଜଣ, କଲେଜ ଛକରୁ ୫ ଜଣ, ତୁଳସୀପୁରରୁ ୩ ଜଣ, ଜୋବ୍ରା, ଚାଉଳିଆଗଂଜ, ଚୌଧୁରୀ ବଜାର, ମଠସାହିରୁ ୨ ଜଣ ଲେଖାଏଁ ଅଛନ୍ତି।

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଚିହ୍ନଟ ୭୧ ଜଣ ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରୁ ସିଡିଏ ସେକ୍ଟର-୭ରୁ ୮ ଜଣ, ମଙ୍ଗଳାବାଗରୁ ୭ ଜଣ, ବଣିଆ ସାହିରୁ ୫ ଜଣ, ନୂଆବଜାରରୁ ୪ ଜଣ, ସିଡିଏ ସେକ୍ଟର-୯, ନୂଆ ବଜାରରୁ ୪-୪ ଜଣ, ଖାନନଗର, ମଙ୍ଗଳାବାଗ, ଜଗତପୁର, ତୁଳସୀପରରୁ ୩ ଜଣ ଲେଖାଏଁ, ବକ୍ସି ବଜାର ବଣିଆସାହି, ପେନ୍‌ସନ ଲେନ, ଶଙ୍କରପୁର ଓ ଥୋରିଆ ସାହିରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe