ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶରେ ଥିବା ଡୁକୁରା ରେଞ୍ଜ ଅଧିନ ନୂଆଗାଁ ଠାରେ ଏକ ପରିତ୍ୟକ୍ତ କୂଅରୁ ପ୍ରାୟ ୧୫ ଫୁଟର ଅହିରାଜ ଉଦ୍ଧାର । ସୂଚନା ମୁତାବକ ସ୍ଥାନୀୟ ଲୋକମାନେ ସାପଟି କୁଆରେ ପଡିଥିବାର ଦେଖି ବନବିଭାଗକୁ ଫୋନ କରିଥିଲେ ଖବର ପାଇ ଦୁକୁରା ରେଞ୍ଜର ସ୍ନେକ୍ ହେଲ୍ପଲାଇନ୍ ର ସଦସ୍ୟ କୃଷ୍ଣଚନ୍ଦ୍ର ଗୋଛୟତ ଙ୍କୁ ଖବର ଦେଇଥିଲେ। କୃଷ୍ଣଚନ୍ଦ୍ର ଘଟଣା ସ୍ଥଳରେ ପହଞ୍ଚି ଅହିରାଜଟିକୁ ଉଦ୍ଧାର କରି ବନବିଭାଗ କର୍ମଚାରୀ ଙ୍କ ଉପସ୍ଥିତରେ ଶିମିଳିପାଳର ଘଞ୍ଚ ଜଙ୍ଗଲ ମଧ୍ୟରେ ଛାଡ଼ିଦେଇଛନ୍ତି।
ପରିତ୍ୟକ୍ତ କୂଅରୁ ପ୍ରାୟ ୧୫ ଫୁଟ୍ର ଅହିରାଜ ଉଦ୍ଧାର
Advertisment
Follow Us