ନୟାଗଡ଼ : ପୁରୁଣା ଦାବି ପୂରଣ ହୋଇ ନ ଥିବାରୁ ୧୧ଟି ଗାଁର ୧୫ ଶହ ଭୋଟର ଭୋଟ ବର୍ଜନ କଲେ

Advertisment
ନୟାଗଡ଼ : ପୁରୁଣା ଦାବି ପୂରଣ ହୋଇ ନ ଥିବାରୁ ୧୧ଟି ଗାଁର ୧୫ ଶହ ଭୋଟର ଭୋଟ ବର୍ଜନ କଲେ

ନୟାଗଡ଼ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ର ୨୨ଗୋଟି ପଞ୍ଚାୟତରୁ ୨ଟି ପଞ୍ଚାୟତର ୧୧ଟି ଗାଁର ୧୫ ଶହ ଭୋଟର୍‌ ଭୋଟ ବର୍ଜନ କରିଛନ୍ତି। ତେବେ ଏହି ଅଞ୍ଚଳବାସୀ ଅନେକ ଦିନ ହେବ ସରକାରଙ୍କ ନିକଟରେ କିଛି ଦାବି କରି ଆସିଥିଲେ, ଯାହାକି ଏଯାବତ୍‌ ପୂରଣ ହୋଇନାହିଁ। ଦାବି ପୂରଣ ନହେବା ଯାଏଁ ସୋମନେ କୌଣସି ସରକାରୀ କାମରେ ସହଯୋଗ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।

publive-image GovernmentCIO Media

ସୂଚନାଯୋଗ୍ୟ, ନୂଆଗାଁ ବ୍ଲକ୍‌ ମାଳିସାହି ପଞ୍ଚାୟତର ଆଦିବାସୀ ଗାଁ ଢିପାମାଳ, ଚକାପଥର, ରାଜନପଲ୍ଲୀ, ଗୋଛାବାରୀ, ନୂଆସାହି, ବେଗୁନିଆସାହି ଏବଂ ଢିପିସାହି ଗ୍ରାମର ଲୋକେ ଭୋଟ୍‌ ବର୍ଜନ କରିଛନ୍ତି। ଗତ ଦୁଇବର୍ଷ ତଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ବଳଭଦ୍ରପୁରଠାରୁ ଢିପାମାଳ ପାଇଁ ଅନୁଦାନ ଦିଆଗଲା। ରାସ୍ତା ନିର୍ମାଣ ସମୟରେ ଗୁଡୁପାଙ୍ଗି ଗ୍ରାମବାସୀମାନେ ଏହାର ଘୋର ବିରୋଧ କରିବା ସହିତ ରାସ୍ତା ଉପରେ କଣ୍ଟା ପକାଇଥିଲେ। ଗୁଡୁପାଙ୍ଗି ଗାଁ ଭିତର ଦେଇ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଜିଦ୍‌ ଧରି ବସିଥିଲେ। ଉଭୟ ଗାଁ ମଧ୍ୟରେ ଅଭାବନୀୟ ପରିସ୍ଥିତି ଦେଖା ଦେବା ପରେ କାମ ବନ୍ଦ ରହିଥିଲା। ଦୁଇ ଗାଁ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ସମାଧାନ ପାଇଁ ଦାବି କରିଥିଲେ। କିନ୍ତୁ ଏହା ମଧ୍ୟରେ ତତ୍କାଳୀନ ଜିଲ୍ଲାପାଳଙ୍କ ଅନ୍ୟତ୍ର ବଦଳି ହେବା ପରେ ଏହାର କେଣସି ନିଷ୍କର୍ଷ ବାହାରି ପାରି ନଥିଲା।

publive-image nicheunlimited.com

ତେବେ  ଠିକାଦାର ବଳଭଦ୍ରପୁର ପରିବର୍ତ୍ତେ ଗୁଡୁପାଙ୍ଗି ଗାଁ ଭିତର ଦେଇ ରାସ୍ତା ନିର୍ମାଣ କରିବା ପରେ ଢିପାମାଳ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ୍‌ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେହି ରାସ୍ତା ନିର୍ମାଣ ହେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ସୁଦ୍ଧା କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏହାକୁ କେନ୍ଦ୍ର କରି ଆଦିବାସୀ ଗାଁର ଲୋକେ ବୈଠକ କରି ଭୋଟ୍‌ ବର୍ଜନ କରିଛନ୍ତି।

ଗାଁରେ ପୋଲିଂ ପାର୍ଟି ପହଞ୍ଚିଥିଲେ ମଧ୍ୟ ଭୋଟ୍‌ ବାକ୍ସରେ ଗୋଟିଏ ହେଲେ ଭୋଟ୍‌ ପଡ଼ିବ ନାହିଁ ବୋଲି ଆଦିବାସୀ ସଂଘ ସଭାପତି ବଳରାମ ଯାନୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe