ଦାଦନ ଖଟିଯିବା ବେଳେ ୧୫ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଫେରାର

Advertisment
ଦାଦନ ଖଟିଯିବା ବେଳେ ୧୫ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଫେରାର

ବଲାଙ୍ଗୀର: ବୁଧବାର ଦିନ ଟାଉନ ପୁଲିସ ୧୫ଜଣ ଶ୍ରମିକଙ୍କୁ ବସ ଟର୍ମିନାଲରୁ ଉଦ୍ଧାର କରିଛି । ଶ୍ରମିକମାନେ ଖପ୍ରାଖୋଲ ଅଞ୍ଚଳର ହୋଇଥିବା ବେଳେ ଜଣେ ସର୍ଦ୍ଦାର ସେମାନଙ୍କୁ ତାମିଲନାଡୁ ନେଇ ଯାଉଥିଲା । ଏକ ଘରୋଇ ବସରେ ସେମାନେ ଖପ୍ରାଖୋଲରୁ ବଲାଙ୍ଗୀର ବସ ଟର୍ମିନାଲ ପହଞ୍ଚି ସେଠାରେ କାହାକୁ ଅପେକ୍ଷା କରିଥିଲେ । ଠିକ ସମୟରେ ଖବର ପାଇ ବଲାଙ୍ଗୀର ଟାଉନ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ସେଠାରୁ ୧୦ ଜଣ ଶ୍ରମିକ ଓ ୫ ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲା । ମୌକା ଦେଖି ସର୍ଦ୍ଦାର ଘଟଣା ସ୍ଥଳରୁ ଫେରାର ମାରିଥିଲା । ତେବେ ଟାଉନ ପୁଲିସ ଏହି ଘଟଣାରେ କେଇ ନଂ ୬୬୭/ ୨୩ ରୁଜୁ କରି ତନାଘନା ତଦନ୍ତ ଜାରି ରଖିଛି ବୋଲି ଟାଉନ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe