ଆସନ୍ତାକାଲି ଜୟପୁରରେ ଲୋକାର୍ପଣ ହେବ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

Advertisment

୩ଟି ଭେଣ୍ଟିଲେଟର, ୩ଟି ବେଡ୍ ଇସିୟୁ ରହିବ

୩ଟି ଭେଣ୍ଟିଲେଟର, ୩ଟି ବେଡ୍ ଇସିୟୁ ରହିବ

ଆସନ୍ତାକାଲି ଜୟପୁରରେ ଲୋକାର୍ପଣ ହେବ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

ଜୟପୁର: ସାରା ରାଜ୍ୟରେ ଏବେ କରୋନା ଥମିବାର ନାଁ ଧରୁନି। କମିବ କ’ଣ ବରଂ ଦିନକୁ ଦିନ କରୋନାର କାୟା ତା’ର କାୟା ମେଲାଇ ଚାଲିଛି। ଏପଟେ ଓଡ଼ିଶାରେ କରୋନା ପଜିଟିଭ ଚିହ୍ନଟଙ୍କ ସଂଖ୍ୟା‌ ବୃଦ୍ଧି ପାଇବାପରେ ଲାଗିଛି। ଆସନ୍ତାକାଲି ଜୟପୁର ସହର ମଧ୍ୟରେ ରହିଥିବା ପୁରୁଣା ଉପଖଣ୍ଡ ଚିକିତ୍ସାଳୟ(ଏସଡିଏଚ) ହସ୍ପିଟାଲରେ  ୧୫୦ଟି ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲକୁ ଲୋକାର୍ପଣ କରାଯିବ। ଏହି ହସ୍ପିଟାଲରେ ୧୫୦ଟି ବେଡ ସହ ୩ଟି ଭେଣ୍ଟିଲେଟର, ୩ଟି ବେଡ୍ ବିଶିଷ୍ଟ ଆଇସିୟୁ ରହିଥିବାବେଳେ ପଜେଟିଭଙ୍କ ପାଇଁ ସ୍ବତନ୍ତ୍ର ୱାର୍ଡ ଓ ଅବଜର୍ଭ ୱାର୍ଡ ରହିବ। ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ରହିବାକୁ ବ୍ୟବସ୍ଥା ରହିଛି। ଡାକ୍ତରମାନେ ରହିବାକୁ ହୋଟେଲ ପ୍ରିନସେସ ଓ ଅପସରା ହୋଟେଲକୁ ବ୍ୟବସ୍ଥା କରାଯାଇଥିବାବେଳେ ନବ ନିର୍ମିତ ବିକ୍ରମଦେବ କାଲେଜର ବାଳିକା ହଷ୍ଟ‌େଲରେ ପାରାମେଡିକାଲ ଷ୍ଟାଫଙ୍କୁ ରଖାଯିବାକୁ ଆପତତଃ ସ୍ଥିର ହୋଇଛି।

ଏନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଉପଜିଲ୍ଲାପାଳ ଲୋକନାଥ ଦଳବେହ‌େରା, ମେଡିକାଲ ଅଧିକ୍ଷକ ରାମଚନ୍ଦ୍ର ମହାନ୍ତି, ସିଡିଏମଓ ମକରନ୍ଦ ବେଉରା, ପୂର୍ବ ବିଭାଗର ନିର୍ବାହୀ ଯନ୍ତ୍ରୀ ଭାସ୍କର ଚନ୍ଦ୍ର ସାମନ୍ତରାୟ, ପୌର ନିର୍ବାହୀ ଅଧିକାରୀ ଆଲୋକ ସାମନ୍ତରାୟ, ସାଉଥକୋର ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ କୁମାର ଗୌଡଙ୍କ ସହ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ଏହି ପୁରୁଣା ହସ୍ପିଟାଲକୁ ଦେଖିଛନ୍ତି। ପୂର୍ବରୁ ଜିଲ୍ଲା ମେଡିକାଲରେ ଆଇସେଲେସନ ୱାର୍ଡ ରହିଥିବା ବେଳେ ଜୟପୁରରେ ଥିବା ଗ୍ଲୋକାଲ ହସପିଟାଲକୁ କେବଳ କୋଭିଡ ପାଇଁ ବ୍ୟବହାର କରିବାକୁ ଯୋଜନା କରାଯାଇଥିଲା। ଏଥିନେଇ ଭିତ୍ତିଭୂମି ଯାଂଚ ଶେଷ ହୋଇଥିଲାବେଳେ ଏହାକୁ ବାଦ ଦେଇ ପୁରୁଣା ହସ୍ପିଟାଲକୁ ଏଥିରେ ସମ୍ପୃକ୍ତି କରାଯାଇଛି।

କୋରାପୁଟରେ ଥିବା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ଜୟପୁରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ବହୁ ରୋଗୀ ନିର୍ଭର କରୁଥିଲାବେଳେ ଏହାକୁ ସୁରକ୍ଷିତ ରଖି ଅଲଗା ଭାବେ ସ୍ବତନ୍ତ୍ର କୋଭିଡ ହସପିଟାଲ କରାଯିବାକୁ ଆଜି ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe