ରାୟଗଡ଼ା: ୧୫୬ ନମୁନାରୁ ୧୫୫ ରିପୋର୍ଟ ନେଗେଟିଭ୍ 

ରାୟଗଡ଼ା: ୧୫୬ ନମୁନାରୁ ୧୫୫ ରିପୋର୍ଟ ନେଗେଟିଭ୍ 

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ୬ଟି ପର୍ଯ୍ୟାୟରେ ଯାଇଥିବା ୧୫୬ ନମୁନାରୁ ୧୫୫ଟି ନମୁନାର ରିପୋର୍ଟ ନ‌େଗେଟିଭ୍ ଆସିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି। ଷଷ୍ଠ ପର୍ଯ୍ୟାୟରେ ଯାଇଥିବା ନମୁନା ମଧ୍ୟରୁ ଆଉ ଗୋଟିଏ ନମୁନାର ରିପୋର୍ଟ ଦିନେ, ଦୁଇ ଦିନ ମଧ୍ୟରେ ଆସିବ ବୋଲି ସିଡିଏମ୍ଓ କହିଛନ୍ତି।

ଆଜି ସୁଦ୍ଧା ଜିଲ୍ଲାରେ କୌଣସି ପଜିଟିଭ୍ ଚିହ୍ନଟ ହୋଇନାହିଁ। ପରିସ୍ଥିତିର ମୁକାବିଲା ପାଇଁ ଗତ ସୋମବାର ଜେକେପୁରରେ କୋଭିଡ୍-୧୯ ହସପିଟାଲର ଶୁଭ ଉଦଘାଟନ ହୋଇଛି। ହସପିଟାଲରେ ୫ ଜଣ ଡାକ୍ତର, ୩ ଜଣ ଫାର୍ମାସିଷ୍ଟ୍, ୨ ଜଣ ଲ୍ୟାବ୍ ଟେକ୍ନିସିଆନ୍, ୧୨ ଜଣ ଷ୍ଟାଫ୍ ନର୍ସ, ୬ ଜଣ ସୁଇପର, ୪ ଜଣ ସିକ୍ୟୁରିଟ୍, ଜଣେ ଏଚ୍ଏମ ନିଯୁକ୍ତି ହୋଇଛନ୍ତି। ସେହିପରି ଗଠନ ହୋଇଥିବା ୨୪ଟି ରାପିଡ୍ ରେସପନସ୍ ଟିମ୍ ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ଫେରିଥିବା ଲୋକଙ୍କ ଉପରେ ତୀକ୍ଷଣ୍ ନଜର ରଖିଛନ୍ତି।

ସଙ୍ଗରୋଧ ଓ ଗୃହାବଦ୍ଧରେ ଥିବା ୩ ହଜାର ବ୍ୟକ୍ତିଙ୍କ ମଧ୍ୟରୁ ୭୦ ପ୍ରତିଶତ ଲୋକ ୧୪ ଦିନ ନୀରିକ୍ଷ‌ଣରେ ରହିବା ପରେ ଘରକୁ ଫେରି ଯାଇଛନ୍ତି। ଏମାନଙ୍କ ନିକଟରେ କୌଣସି ଲକ୍ଷଣ ନଥିବା ସ୍ବାସ୍ଥ୍ୟ ବିଭାଗ କହିଛି। ଗତ ୧ ମାସ ଧରି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କ ତତ୍ତ୍ବାବଧାନରେ ସ୍ବାସ୍ଥ୍ୟ ବିଭାଗ ଜିଲ୍ଲାର ୯୩୬ ଗ୍ରାମକୁ ନୀରିକ୍ଷଣରେ ରଖି କରୋନା ମୁକାବିଲା ଦିଗରେ କାମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe