ଋଣ ଟଙ୍କାରେ ଫାର୍ମ କରିଥିଲେ ଚାଷୀ; ୫ ଘଣ୍ଟାରେ ୧୬ଟି ବତକଙ୍କ ମୃତ୍ୟୁ

ଋଣ ଟଙ୍କାରେ ଫାର୍ମ କରିଥିଲେ ଚାଷୀ; ୫ ଘଣ୍ଟାରେ ୧୬ଟି ବତକଙ୍କ ମୃତ୍ୟୁ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧାମନାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଖୁଟୁବାଇ ଗ୍ରାମରେ ଜଣେ ବତକ ଚାଷୀଙ୍କ ପାଞ୍ଚ ଘଂଟା ମଧ୍ୟରେ ୧୬ଟି ବତକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନା ପ୍ରକାରେ ଖୁଟୁବାଇ ଗ୍ରାମର ବତକ ଚାଷୀ ପଦଲାମ କଳାର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଋଣ ନେଇ ବତକ ଚାଷ କରୁଛନ୍ତି। ବର୍ତ୍ତମାନ ପଦଲାମ ପାଖରେ ୮୦ରୁ ଊର୍ଦ୍ଧ୍ବ ବତକ ରହିଥିବା ବେଳେ ଗୁରୁବାର ସକାଳୁ ହଠାତ କିଛି ବତକ ଅଚେତ ହୋଇଥିଲେ। ପ୍ରାୟ ପାଞ୍ଚ ଘଣ୍ଟା ମଧ୍ୟରେ ୧୬ଟି ବତକଙ୍କ ମୃତ୍ୟୁ ହୋଇଥିଲା। ଚାଷୀ ପଦଲାମ ତୁରନ୍ତ ଧୋଡ୍ରା ପ୍ରାଣୀ ଚିକିତ୍ସକ ଶଙ୍କର୍ଷଣ ପାଣିଗ୍ରାହୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପ୍ରାଣୀ ଚିକିତ୍ସକ ଡାକ୍ତର ଶ୍ରୀ ପାଣିଗ୍ରାହୀଙ୍କ ନେତୃତ୍ବରେ ଅନ୍ୟ କର୍ମଚାରୀମାନେ ପହଞ୍ଚି ଗୁରୁତର ଥିବା ବତକ ମାନଙ୍କୁ ତୁରନ୍ତ ଚିକିତ୍ସା କରିଥିଲେ।

ସେହିପରି ବତକର ଶବ ବ୍ୟବଚ୍ଛେଦ କରିବା ବତକମାନଙ୍କ ଲକ୍ଷଣ ଉପରେ ନଜର ରଖିଥିଲେ। ତେବେ ପ୍ରାଣୀ ବିଭାଗ ବତକ ମାନେ କଲରା ଗୋରରେ ପୀଡ଼ିତ ହୋଇ ମୃତ୍ୟ ହୋଇଥିବା ଅନୁମାନ କରୁଛନ୍ତି। ଆଉ ପାଞ୍ଚ ଦିନ ଧରି ଅସୁସ୍ଥ ବତକ ମାନଙ୍କ ଚିକିତ୍ସା କରାଯିବ ବୋଲି ଧୋଡ୍ରା ପ୍ରାଣୀ ଚିକିତ୍ସକ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ବତକଗୁଡିକ ଚିକିତ୍ସା ପରେ ସୁସ୍ଥ ଥିବା ସୂଚନା ମିଳିଛି। ତେବେ ୧୬ଟି ବତକ ମୃତ ପରେ ଚାଷୀ ପଦଲାମ ପରିବାର ଦୁଃଖରେ ଭାଙ୍ଗି ପଡ଼ିବା ସହ ଋଣ କିଭଳି ସୁଝିବେ ସେନେଇ ଚିନ୍ତାରେ ପଡିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe