ବାତ୍ୟା ପାଇଁ କୋରାପୁଟରେ ପ୍ରସ୍ତୁତ ୧୬ଟି ଅଗ୍ନିଶମ ଟିମ୍

Advertisment
ବାତ୍ୟା ପାଇଁ କୋରାପୁଟରେ ପ୍ରସ୍ତୁତ ୧୬ଟି ଅଗ୍ନିଶମ ଟିମ୍

ଜୟପୁର: ବଙ୍ଗୋପସାଗର ଉପରେ ଗୁଲ-ଆବ୍ ବାତ୍ୟା ରୂପ ନେଉଥିବା ବେଳେ ଦକ୍ଷିଣ ଓଡିଶା ପାଇଁ ସତର୍କ ଘଣ୍ଟି ବାଜିଛି। ପବନର ବେଗ କମ ଥିବା ବେଳେ ବର୍ଷା ଆରମ୍ଭ ହୋଇସାରିଛି। ଜୟପୁରରେ ଆଜି ଦିନ ତମାମ୍ ଝିପ୍ ଝିପ୍ ବର୍ଷା ଲାଗିଥିବା ବ‌େଳେ ବାତ୍ୟାର ସୂଚନା ଦେଇସାରିଛି। ଏନେଇ ପ୍ରଶାସନ ଓ ଅଗ୍ନିଶମବାହିନୀ ପ୍ରସ୍ତୁତ ହୋଇ ରହିଛି। ପ୍ରଶାସନ ପକ୍ଷରୁ ‌ମାଟି ଘରେ ଥିବା ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରୁଥିବା ବେଳେ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ସୁରକ୍ଷିତ ଭାବେ ରଖାଯାଇଛି। ଏନେଇ ଜିଲ୍ଲାରେ ଅଗ୍ନିଶମ ବାହିନୀ ମଧ୍ୟ ପ୍ରସ୍ତୁତ ହୋଇ ରହିଛି।

ବାତ୍ୟା ମୁକାବିଲା ପାଇଁ କୋରାପୁଟ ଜିଲ୍ଲାରେ ୧୬ଟି ଅଗ୍ନିଶମ ବାହିନୀ ପ୍ରସ୍ତୁତ ହୋଇଥିବା ନେଇ ଜୟପୁର ସହକାରୀ ଅଗ୍ନିଶମ ଅଧିକାରୀ କୁନୁ ନାୟକ କହିଛନ୍ତି। କୋରାପୁଟ ଜିଲ୍ଲାର ସମସ୍ତ ବ୍ଲକରେ ଗୋଟିଏ ଲେଖାଏ ଟିମ୍ ରହିଥିବା ବେଳେ ଜୟପୁର ଓ କୋରାପୁଟ ଠାରେ ୨ଟି ଲେଖାଏ ଟିମ୍ ରହିଛନ୍ତି। ପ୍ରତ୍ୟେକ ଟିମ୍‌ରେ ୫ରୁ୬ ଜଣ କର୍ମଚାରୀ ରହିଛନ୍ତି। ବାତ୍ୟା ମୁକାବିଲା ପାଇଁ ଜିଲ୍ଲାରେ ଗଛ କାଟିବା ପାଇଁ ୫୬ଟି ପାୱାର୍ସ କଟର, ବନ୍ୟା ଅଞ୍ଚଳ ପାଇଁ ୧୧ଟି ବୋଟ୍, ୧୦ଟି ଆସ୍କା ଲାଇଟ୍ ଓ ପାଣି ନିଷ୍କାସନ ପାଇଁ ୨୦ଟି ବୋଟ୍ ବ୍ୟବସ୍ଥା ରହିଛି। ଆବଶ୍ୟକ ସ୍ଥଳେ ଅନ୍ୟ ଜିଲ୍ଲା ଅଗ୍ନିଶମବାହିନୀର ସହାୟତା ଲୋଡାଯିବ ବୋଲି କହିଛନ୍ତି। ଗଛ କାଟି ରାସ୍ତା ସଫା କରିବା ପାଇଁ ପ୍ରଶାସନ ପକ୍ଷରୁ ଜେସିବିଗୁଡିକୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି।

ଏଥିସହ ପ୍ରଶାସନ ପକ୍ଷରୁ ‌ବସ୍ତି ଓ ସହର ତଳି ଅଞ୍ଚଳରେ ଥିବା ଲୋକଙ୍କୁ ସଚେତନ କରାଯାଉଛି ମାଟି ଘରେ ଥିବା ଲୋକଙ୍କୁ ଆଶ୍ରୟସ୍ଥଳୀକୁ ନିଆଯାଉଛି। ସମସ୍ତ ଆଶ୍ରୟସ୍ଥଳୀରେ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ବ୍ୟବସ୍ଥା କରିବା ସହ ଜେନେରେଟର ବ୍ୟବସ୍ଥା କରାଯାଉଛି। ପାଣି ନିଷ୍କାସନ ପାଇଁ କେତେକ ସ୍ଥାନରେ ଡ୍ରେନେଜକୁ ସଫା କରାଯାଇଛି। ଏଥିସହ ବିଦ୍ୟୁତ୍ ବିଭାଗ କର୍ମଚାରୀମଧ୍ୟ ଏନ‌େଇ ପ୍ରସ୍ତୁତ ହୋଇ ରହିଛନ୍ତି। ପ୍ରସବ ପାଇଁ ରହିଥିବା ମହିଳାମାନଙ୍କୁ ନିକଟସ୍ଥ ପ୍ରାମଥିକ ସ୍ବାସ୍ଥ୍ୟକେନ୍ଦ୍ର କିମ୍ବା ମା’ଗୃହମାନଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ଜୟପୁର ଉପଜିଲ୍ଲପାଳ ହେମକାନ୍ତ ସୟ କହିଛନ୍ତି। ଏଥିସହ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ ଜରୁରୀକାଳୀନ ପ୍ରକୋଷ୍ଟ କରାଯାଇଥିବା କହିଛନ୍ତି। ‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe