ବଜ୍ରପାତରେ ୧୬ ଛେଳି ମୃତ, ଅଳ୍ପକେ ବର୍ତ୍ତିଲେ ଛେଳିଚରାଳି

ବଜ୍ରପାତରେ ୧୬ ଛେଳି ମୃତ, ଅଳ୍ପକେ ବର୍ତ୍ତିଲେ ଛେଳିଚରାଳି

ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତଳଚମ୍ପେଇ ପଞ୍ଚାୟତ ଅନ୍ତର୍ଗତ ସାରୁକୁଦର ଗାଁରେ ଆଜି ବଜ୍ରପାତ ଘଟି ୧୬ଟି ଛେଳିର ମୃତ୍ୟୁ ହୋଇଛି। କିନ୍ତୁ ଖୁସିର କଥା ହେଲା ଯେ, ଛେଳିଚରାଳି ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନାନୁସାରେ ଆଜି ବାଂଶପାଳ ବ୍ଲକର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ଅପରାହ୍ନରେ ସାରୁକୂଦର ଗାଁର ଦୈତାରି ବାରିକ ନିଜ ଛେଳିପଲକୁ ନେଇ ଗାଁ ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଏହି ସମୟରେ ବେଳେ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଥିଲା ଦୈତାରି ଛେଳିପଲ ସହିତ ଏକ ଗଛମୂଳରେ ଆଶ୍ରୟ ନେଇଥିବା ବେଳେ ବଜ୍ରାଘାତ ହୋଇଥିଲା। ଏଥିରେ ୧୬ଟି ଛେଳିର ମୃତ୍ୟୁ ଘଟିଥିଲା। ତେବେ ଏଥିରୁ ଅଳ୍ପକେ ଦୈତାରି ବର୍ତ୍ତି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଗୋଷ୍ଠୀ ପଶୁ ଚିକିତ୍ସାଧିକାରୀ ପହଞ୍ଚି ଥିବା ଜଣାପଡିଛି। ୧୬ ଟି ଛେଳିର ମୂଲ୍ୟ ପାଖା ପାଖି ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ଅସହାୟ ଦୈତାରିଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe