କରୋନା ଯୋଦ୍ଧା ମହିଳା ପୁଲିସ ଅଧିକାରୀଙ୍କ ସମେତ ୧୬ ଆକ୍ରାନ୍ତ ଚିହ୍ନଟ, ବିଶୋଧନ ହେଲା ଆଳି ଥାନା

Advertisment
କରୋନା ଯୋଦ୍ଧା ମହିଳା ପୁଲିସ ଅଧିକାରୀଙ୍କ ସମେତ ୧୬ ଆକ୍ରାନ୍ତ ଚିହ୍ନଟ, ବିଶୋଧନ ହେଲା ଆଳି ଥାନା

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ସ୍ଥାନୀୟ ଥାନାର ଜନୈକା ମହିଳା ପୁଲିସ ଅଧିକାରୀଙ୍କ ସମେତ ଆଳିରୁ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକୁ ଦିନ ଅଞ୍ଚଳରେ ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାରୁ ଅଞ୍ଚଳବାସୀଙ୍କ ପାଇଁ ଚିନ୍ତା ବଢ଼ିଛି। ପୂର୍ବରୁ ଆଳି ମେଡିକାଲର ଜନୈକ ସ୍ୱାସ୍ଥ୍ୟ କର୍ମଚାରୀ ଆକ୍ରାନ୍ତ ହୋଇ ଚିକିତ୍ସିତ ଥିବାବେଳେ ଆଜି ପୁଲିସ ଅଧିକାରୀ ଆକ୍ରାନ୍ତ ହେବା ଖବର ସାଧାରଣରେ ଛନକା ସୃଷ୍ଟି କରିଛି।

ଆଜିର ଅନ୍ୟ ଆକ୍ରାନ୍ତମାନଙ୍କ ମଧ୍ୟରେ ତେଲିପାଟଣା ଗ୍ରାମର ୪ ଶିଶୁଙ୍କ ସମେତ ୫ ଜଣ, ଦଶିପୁରର ୨ ମହିଳା, ଭାଟପଡାର ଗୋଟିଏ ପରିବାରରୁ ୩ ଜଣ ଓ କଳସପୁର ଗ୍ରାମର ଜନୈକ ହାଇଦ୍ରାବାଦ ଫେରନ୍ତା ପ୍ରବାସୀ ରହିଛନ୍ତି।

publive-image

ଅପରପକ୍ଷରେ ଆଜି ସହିରା ଓ ନୂଆପଡା ପଞ୍ଚାୟତରେ ହୋଇଥିବା ୮୦୩ ଆଣ୍ଟିଜେନ ପରୀକ୍ଷାରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବ୍ଲକ କୋଭିଡ ସଂଯୋଜକ ଡାକ୍ତର ଇନ୍ଦ୍ରଭାନୁ ପ୍ରଧାନ ସୂଚନା ଦେଇଛନ୍ତି। ଆଳିଥାନାର ଆକ୍ରାନ୍ତ ମହିଳା ପୁଲିସ ଅଧିକାରୀଙ୍କୁ ଗୃହସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଥାନା ସଟଡାଉନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ପ୍ରସ୍ତାବ ରଖାଯାଇଛି ବୋଲି ଆଳି ବିଡିଓ ଦିବ୍ୟେନ୍ଦୁ ଦାସ କହିଛନ୍ତି। ଆଜି ରାତିରେ ଆଳିଥାନାକୁ ଅଗ୍ନିଶମ ବିଭାଗ ପକ୍ଷରୁ ସଂପୂର୍ଣ୍ଣ ବିଶୋଧନ କରାଯାଇଛି ଓ ସଂକ୍ରମଣ ନିରାପତ୍ତା ଦୃଷ୍ଟିରୁ ଥାନା ଅଧିକାରୀଙ୍କ ସମେତ ସମସ୍ତ ପୁଲିସ କର୍ମଚାରୀ ଥାନା ବାହାରେ ରହି କାର୍ଯ୍ୟ ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe