ସାପ କାମୁଡାରେ ଗୁରୁତର ଛାତ୍ରଙ୍କୁ ୨୫ ଦିନ ହେବ ଦେଶି ଚିକିତ୍ସା, ଘରୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଲା ପ୍ରଶାସନ

Advertisment
ସାପ କାମୁଡାରେ ଗୁରୁତର ଛାତ୍ରଙ୍କୁ ୨୫ ଦିନ ହେବ ଦେଶି ଚିକିତ୍ସା, ଘରୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଲା ପ୍ରଶାସନ

ନବରଙ୍ଗପୁର: ସାପ କାମୁଡାରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ତେବେ ସଚେତନତା ଓ ଅର୍ଥ ଅଭାବ ଯୋଗୁଁ ଗୁଣି ଭରଷାରେ ଘରେ ପଡିରହୁଛନ୍ତି ସାପ କାମୁଡା ଆକ୍ରାନ୍ତ। ଗତ କିଛି ଦିନ ପୂର୍ବେ ରାଇଘର ବ୍ଲକର ଏପରି ଏକ ଶିଶୁ କନ୍ୟା ସାପ କାମୁଡାରେ ଗୁରୁତର ହୋଇ ଘରେ ଚିକିତ୍ସିତ ହେଉଥିବା ଖବର ସାରା ରାଜ୍ୟ ରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ଉମରକୋଟର ଜଣେ ୧୬ ବର୍ଷୀୟ ଛାତ୍ର ସାପକାମୁଡାରେ ଆକ୍ରାନ୍ତ ହୋଇ ୨୫ ଦିନ ହେବ ବିଛଣାରେ ପଡିରହିଥିବା ଏବଂ ପ୍ରଶାସନ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିବା ଏକ ଘଟଣା ଦେଖିବାକୁ ମିଳିଛି।

ଉମରକୋଟ ବ୍ଲକ ସୁଖିଗାଁ ପଞ୍ଚାୟତର ମାଟଗାଁ ଗ୍ରାମର ବିରସିଂ ଗଣ୍ଡଙ୍କ ପୁଅ ରୋହିତ ଗଣ୍ଡ ୨୫ ଦିନ ପୂର୍ବେ ନିଜ ଚାଷ ଜମିକୁ କାମ କରିବା ପାଇଁ ଯିବା ବେଳେ ଏକ ବିଷଧର ସାପ ତାଙ୍କ ଡାହାଣ ଗୋଡକୁ କାମୁଡିଦେଇଥିଲା। ସେ ତୁରନ୍ତ ଘରକୁ ଫେରି ଘର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଆର୍ଥିକ ଅନଟନ ଯୋଗୁଁ ଡାକ୍ତରଖାନା ନେବା ପରିବର୍ତ୍ତେ ଗୁଣିର ଆଶ୍ରୟ ନେଇଥିଲେ। ଗୁଣି ଦେଶି ଚିକିତ୍ସା ଆରମ୍ଭ କରିଥିଲେ। ରୋହିତ ଘରେ ଦେଶି ଚିକିତ୍ସା କରି ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତାଙ୍କ ଗୋଡ ଫୁଲିବା ଯୋଗୁଁ ସେ ଚାଲିବି ପାରୁନଥିଲେ। ଏପରିକି ସେ ଚଳିତ ଦଶମ ଶ୍ରେଣୀ ପରୀକ୍ଷାରେ ପାସ୍ କରିଥିଲେ ମଧ୍ୟ ସେତ ଗୁରୁତର ଭାବେ ଘରେ ପଡିରହିଥିବାରୁ ସେ କଲେଜରେ ନାମ ଲେଖା ପାଇଁ ଫର୍ମ ବି ଭରଣ କରିପାରିନାହାନ୍ତି।

publive-image

ଏ ସଂକ୍ରାନ୍ତରେ ବ୍ଲକ୍ ପ୍ରଶାସନ ଖବର ପାଇବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ଏକ ଆମ୍ବୁଲାନ୍ସ ଜରିଆରେ ରୋହିତଙ୍କୁ ପ୍ରଥମେ ଉମରକୋଟ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଅଧିକ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଆଗକୁ ତାଙ୍କ ଚିକିତ୍ସା ଓ କଲେଜ ପଡିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଉମରକୋଟ ବିଡିଓ ଦେବିପ୍ରସାଦ ଟାଲି । ନବରଙ୍ଗପୁର ଜିଲ୍ଲା ଏକ ଉପାନ୍ତ ତଥା ଆଦିବାସୀ ବହୁଳ ଜିଲ୍ଲା ରେ ସରକାରୀ ସଚେତନତା ଅଭାବ ଯାଗୁଁ ସାପ କାମୁଡା ରୋଗୀଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଗୁଣି ଭରଷା ରେ ଘରେ ପଡି ରହୁଛନ୍ତି । ପୁଣି ଅର୍ଥ ଅଭାବ ସାଜୁଛି ଏକ ବଡ ସମସ୍ୟା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe