ଗଳାବାଟ ଫେରନ୍ତାଙ୍କ ପାଇଁ ପ୍ରଶାସନର ଚିନ୍ତା ବଢୁଛି: କନ୍ଧମାଳରୁ ୧୯୦ ନମୁନାରୁ ଆସିଲା ୧୬୧ ରିପୋର୍ଟ ନିଗେଟିଭ

କନ୍ଧମାଳର ୨୫୪ରୁ ୧୯୨ ନେଗଟିଭ୍, କୋଲକାତା ଫେରନ୍ତାଙ୍କ ପାଇଁ ବଢୁଛି ଚିନ୍ତା

Pharmaceutical Technology

ଫୁଲବାଣୀ: କରୋନା ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନ ଓ ପୁଲିସ ଏକଦମରେ ଲାଗି ପଡିଛନ୍ତି। ସାମାଜିକ ଦୂରତା ହେଉ କି ମାସ୍କ ପିନ୍ଧିବା ହେଉ। ଏହାକୁ କଡାକଡି ପାଳନ କରାଯାଉଛି। ଅମାନିଆଙ୍କଠାରୁ ଜରିମାନା ଆଦାୟ ହେବା ସହ ଅଧିକାଂଶଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହେଉଛି। ବାହାର ଫେରନ୍ତାଙ୍କ ପାଇଁ ଜିଲ୍ଲାର ୭ଟି ପ୍ରବେଶ ପଥ ସିଲ କରାଯାଇଛି। ପୁଲିସ ଓ ସରକାରୀ ଅଧିକାରୀ ପଇଁତରା ମାରୁଛନ୍ତି। ଜିଲ୍ଲାର କାହାରିକୁ ବାହାରକୁ ଯିବାକୁ ସୁଯୋଗ ଦିଆଯାଉ ନଥିବା ବେଳେ ବାହାରୁ ଆସିବାକୁ ଚାହୁଁଥିବା ଲୋକଙ୍କୁ ଅନୁମତି ମିଳୁନି। ଅବଶ୍ୟ ଏହି କ୍ଷେତ୍ରରେ ପ୍ରଶାସନ କାହାକୁ କେତେ ବେଳେ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହେଉଛି।

ସବୁଠାରୁ ବଡ କଥା ହେଲା ସୀମା ସିଲ ହୋଇଥିଲେ ବି ଗଳାବାଟ ଦେଇ କିଛି ବାହାରୁ ଜିଲ୍ଲାକୁ ଆସୁଥିବା ଖବର ମିଳୁଛି। ଏହାକୁ  ଅସ୍ବୀକାର କରାଯାଉଥିବା ବେଳେ  ତନାଘନା ଚାଲିଥିବାରୁ ଏହ‌ା ପ୍ରଶାସନର ଚିନ୍ତାକୁ ବଢାଇ ଦେଇଛି ବୋଲି କୁହାଯାଉଛି। ଆଜି ସୁଦ୍ଧା କନ୍ଧମାଳରୁ ୧୯୦ ଜଣ ସନ୍ଦିଗ୍ଧଙ୍କ ରକ୍ତ ନମୁନା ଭୁବନେଶ୍ବରକୁ ପରୀକ୍ଷା ପାଇଁ ଯାଇଛି। ସେଥି ମଧ୍ୟରୁ ୧୬୧ ଜଣଙ୍କ ରିପୋର୍ଟ ଆସିଛି। ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର ଏହି ଯେ ଆସିଥିବା ସବୁ ରିପୋର୍ଟ ନିଗେଟିଭ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe