କଟକ: ଆଜି କଟକ ସହରରୁ ମୋଟ ୧୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୮୭ ଜଣ ଓ ସ୍ଥାନୀୟ ଅଂଚଳରୁ ୮୧ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।
/sambad/media/post_attachments/wp-content/uploads/2020/09/2ffcbe35-879f-4da2-85e6-13b2b3d43324.jpg)
ସିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୩୬ ଜଣ ପୁରୁଷ ଓ ୨୦ ଜଣ ମହିଳା ଅଛନ୍ତି। ଗୃହ ସଂଗରୋଧରୁ ୩୧ ଜଣ ଆକ୍ରାନ୍ତ ଅଛନ୍ତି। ଗୃହ ସଂଗରୋଧରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ତୁଳସୀପରରୁ ୬ ଜଣ, ସିଡିଏ ସେକ୍ଟର-୧୦ ଓ ସିଡିଏ ସେକ୍ଟର-୬ରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚାଉଳିଆଗଂଜ, ଖ୍ରୀଷ୍ଟିଆନ ସାହି, କଲେଜ ଛକ ଓ ମଙ୍ଗଳବାଗରୁ ୨-୨ ଜଣ, ମେରିଆ ବଜାର, ଶଙ୍କରପୁର, ବାଙ୍କାବଜାର, ବିଡ଼ାନାସୀ, ଚୌଧୁରୀ ବଜାର, ଖପୁରିଆ, ତେଲେଙ୍ଗାପେଣ୍ଠ, କାଠଗଡ଼ାସାହି, ନୟାବଜାରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/sambad/media/post_attachments/wp-content/uploads/2020/09/a1af4ba1-daa9-4910-a2b5-3a443549f025.jpg)
ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ ମୋଟ ୩୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ କଟକ ସହରରୁ ୧୬୮ ଜଣ ଅଛନ୍ତି। ତେବେ ଏପର୍ଯ୍ୟନ୍ତ କଟକ ସହରରୁ ୧୧ ହଜାର ୫୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ହଜାର ୭୮୯ ଜଣ ସୁସ୍ଥ ହୋଇସାରିଛନ୍ତି। କିନ୍ତୁ ୨ ହଜାର ୬୮୩ ଜଣ ଚିକିତ୍ସାଧୀନ ଥିବା ବେଳେ ୪୨ ଜଣଙ୍କର ମୃତ୍ୟୁ ହୋଇଛି।
Follow Us