ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ସୁରତରୁ ଛାଡ଼ିଲା ୧୮ଟି ବସ୍

Advertisment

ବିଳମ୍ବିତ ରାତି ଗଂଜାମରେ ପହଞ୍ଚିବ ୩ଟି ବସ, ଆସନ୍ତାକାଲି ଛାଡ଼ିବା ପାଇଁ ୨୮ଟି ବସକୁ ମିଳିଲା ଅନୁମତି

ବିଳମ୍ବିତ ରାତି ଗଂଜାମରେ ପହଞ୍ଚିବ ୩ଟି ବସ, ଆସନ୍ତାକାଲି ଛାଡ଼ିବା ପାଇଁ ୨୮ଟି ବସକୁ ମିଳିଲା ଅନୁମତି

ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ସୁରତରୁ ଛାଡ଼ିଲା ୧୮ଟି ବସ୍

ବ୍ରହ୍ମପୁର: ବର୍ତ୍ତମାନ ଗୁଜୁରାଟର ସୁରତରୁ ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡ଼ା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୪ଟି ବସରେ ୨୨୩ ଜଣ ଯାତ୍ରୀ ଗଞ୍ଜାମରେ ଗତକାଲି ବିଳମ୍ବିତ ରାତିରେ ପହଞ୍ଚିବା ପରେ ସେମାନଙ୍କୁ ସେରଗଡ଼ ଓ ଧରାକୋଟସ୍ଥିତ ୨ଟି ଆଦର୍ଶ ବିଦ୍ୟାଳୟରେ କରାଯାଇଥିବା ସଂଗରୋଧ କେନ୍ଦ୍ରରେ ରଖାଯାଇଛି ।

publive-image

ଅନ୍ୟପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟରେ ସୁରତରୁ ଛାଡ଼ିଥିବା ୪ଟି ବସ ମଧ୍ୟରୁ ୩ଟି ଆଜି ବିଳମ୍ବିତ ରାତିରେ ଗଞ୍ଜାମରେ ପହଞ୍ଚିବ ବୋଲି ଜଣାପଡ଼ିଛି । ସେମାନଙ୍କୁ ଆସିକା ଠାରେ ଏକ ସଂଗରୋଧ କେନ୍ଦ୍ରରେ ରଖାଯିବ ବୋଲି ସୂଚନା ରହିଛି।  ଆଜି ତୃତୀୟ ଦଫାରେ ସୁରତରୁ ୧୮ଟି ଗାଡ଼ି ଓଡ଼ିଶା ଅଭିମୁଖେ ଛାଡ଼ିଛନ୍ତି । ସେଥିମଧ୍ୟରୁ ୧୫ଟି ଗଂଜାମ, ୩ଟି ଭଦ୍ରକ ଅଭିମୁଖେ ବାହାରିଛି ।

publive-image

ପ୍ରତି ବସରେ ୫୦ ରୁ ୬୦ ଜଣ ଯାତ୍ରୀ ଅଛନ୍ତି । ଅନ୍ୟପକ୍ଷରେ ଓଡ଼ିଶା ଛାଡ଼ିବା ପାଇଁ ଆଉ ୨୮ଟି ବସକୁ ସୁରତ ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିବା ଜଣାପଡ଼ିଛି । ଉକ୍ତ ବସଗୁଡ଼ିକ ଆସନ୍ତାକାଲି ଓଡ଼ିଶା ଅଭିମୁଖେ ଛାଡ଼ିବ ବୋଲି ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe