ଭବାନୀପାଟଣା: ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ନେଇ ଟାଉନ ଥାନା ପୁଲିସ ୧୮ ଜଣଙ୍କୁ ଅଟକ ରଖି ପରେ ବ୍ୟକ୍ତିଗତ ଜାମିନରେ ଛାଡ଼ିଥିଲା। କଳାହାଣ୍ଡି ଯୁବ କଂଗ୍ରେସ ସଭାପତି ମହମ୍ମଦ ସାହେବ, ଭବାନୀପାଟଣା କଂଗ୍ରେସ ବ୍ଲକ୍ ସଭାପତି ସୁବାସ ଚନ୍ଦ୍ର ପ୍ରଧାନ, ସୁଶାନ୍ତ ପ୍ରଧାନୀ, ଜୁନାଗଡ଼ ଯୁବ କଂଗ୍ରେସ ସଭାପତି ମଣ୍ଟୁ ସାହୁ, ଛାତ୍ର କଂଗ୍ରେସ ଉପସଭାପତି ଦେବାଶିଷ କୁମାର, ଯୁବ କଂଗ୍ରେସ ମନୋଜ କରୁଆ, କଂଗ୍ରେସ ଜିଲ୍ଲା ସାଧାରଣ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହୀ, ଆଦିବାସୀ ସେଲର ରାଜ୍ୟ ଉପସଭାପତି ପରମାନନ୍ଦ ମାଝୀ, ବରିଷ୍ଠ କଂଗ୍ରେସ ନେତା ଦେବୀ ସିନ୍ଦୁର, ଭବାନୀପାଟଣା କାଉନସିଲର ସଚିନ ନାଏକ, ଯୁବ କଂଗ୍ରେସ ସଦସ୍ୟ ତପନ ନାଏକ, ଚତୁର୍ଭୁଜ ନାଏକ, ଆପ୍ର ଜିଲ୍ଲା ସଭାପତି ସତ୍ୟ ମାହାର ଓ ଭବାନୀପାଟଣା ଟାଉନ ସଭାପତି ଦୁର୍ଜନ ବାଗ ସମେତ ୧୮ ଜଣଙ୍କୁ ମଙ୍ଗଳବାର ରାତିରେ ଟାଉନ ଥାନା ପୁଲିସ ଘରୁ ଉଠାଇଆଣି ପୁଲିସ ରିଜର୍ଭଠାରେ ରଖିଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଶେଷ ହେବା ପରେ ସମସ୍ତଙ୍କୁ ବ୍ୟକ୍ତିଗତ ଜାମିନରେ ଛାଡ଼ି ଦେଇଥିଲା।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ୧୮ ଅଟକ
Advertisment
Follow Us