ସ୍କୁଟି ଚାଳକଙ୍କୁ ୧୮ ହଜାର ଜରିମାନା, ବିନା ହେଲମେଟ ଓ ଲାଇସେନ୍ସରେ ଗାଡ଼ି ଚଳାଉଥିଲେ

Advertisment
ସ୍କୁଟି ଚାଳକଙ୍କୁ ୧୮ ହଜାର ଜରିମାନା, ବିନା ହେଲମେଟ ଓ ଲାଇସେନ୍ସରେ ଗାଡ଼ି ଚଳାଉଥିଲେ
ରାୟଗଡ଼ା : ପରିବହନ ବିଭାଗର ନିୟମ ଅବମାନନା ମହଙ୍ଗା ପଡ଼ିଛି ସ୍କୁଟି ଚାଳକଙ୍କୁ । ଡ୍ରାଇଭିଂ ଲାଇସେନ୍ସେ ନ ଥାଇ ବିନା ହେଲମେଟରେ ଗାଡ଼ି ଚଳାଇବା ଅଭିଯୋଗରେ ସ୍କୁଟି ଚାଳକଙ୍କୁ ୧୮ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରିଛି ପୁଲିସ।
ଆଜି ସନ୍ଧ୍ୟାରେ ଜେକେପୁର ଥାନା ବିସିପୁର ରୋଡ଼ରେ ରହୁଥିବା ସ୍କୁଟି ଚାଳକ  ଓ୍ବାଇ. ସାଗର ନାମକ ଜଣେ ଯୁବକ ଦ୍ରୁତ ଗତିରେ ଗାଡି ଚଳାଉଥିବା ବେଳେ ସହରର ଡିଆଇଭି ଛକ ନିକଟରେ ପରିବହନ ବିଭାଗ ଅଟକାଇଥିଲା। ସ୍କୁଟି ଚାଳକ ହେଲମେଟ ପିନ୍ଧି ନଥିବା ବେଳେ ଡ୍ରାଇଭିଂ ଲାଇସେନ୍ସେ ବି ନଥିଲା। ଅନ୍ୟାନ୍ୟ କାଗଜପତ୍ର ବି ନଥିଲା ଏ ବାବଦକୁ ପରିବହନ ବିଭାଗ ଏମଭିଆଇ ଅଶୋକ କୁମାର ପାଣିଗ୍ରାହୀ ଓ ରାୟଗଡ଼ା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ଚାଳକଙ୍କୁ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୮ ହଜାର ୫୦୦ ଜରିମାନା ପକାଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe