୧୮୫୦ ବୋତଲ ସିରପ୍‌ ଜବତ, ୪ ଗିରଫ

Advertisment
୧୮୫୦ ବୋତଲ ସିରପ୍‌ ଜବତ, ୪ ଗିରଫ

ବଲାଙ୍ଗୀର: ଟାଉନ୍‌ ପୁଲିସ୍‌ ହାତରେ ବଡ଼ ସଫଳତା ଲାଗିଛି। ସୁଦପଡ଼ା ଓଭରବ୍ରିଜ ପାଖରେ ଗୋଟିଏ ଅଟୋରୁ ୧୮୫୦ ବୋତଲ ଏସ୍‌କଫ୍ ସିରପ୍‌ ଜବତ ହୋଇଛି। ଏହି ଚୋରା ଚାଲାଣ ବେଳେ ବ୍ୟବହୃତ ଅଟୋ, ବୁଲେଟ୍‌ ଓ ମୋବାଇଲ ଜବତ କରିବା ସହ ୩ ଜଣ ଅଭିଯୁକ୍ତ ଓ ଅଟୋ ଚାଳକକୁ ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତମାନେ ଚନ୍ଦ୍ରଶେଖରନଗରର ମହମ୍ମଦ ଇବରାନ, ଲକ୍ଷ୍ମୀନଗରର ପଞ୍ଚା ମେହେର, ଚୂଡ଼ାପାଲିର ସୁଦର୍ଶନ ନାଏକ ଓ ବେଲବାହାଲିର ଅଟୋ ଚାଳକ ଦୈତ୍ୟାରି ସାଏ। ସିରପ୍‌ ଚାଲାଣ ଖବର ପାଇ ପୁଲିସ୍‌ ଏକ ଟିମ୍‌ ଗଠନ କରି ଛକରେ ଲୁଚି ରହିଥିଲା। ଉକ୍ତ ଅଟୋ ଯାଞ୍ଚ ବେଳେ ଭିତରୁ ବିପୁଳ ପରିମାଣର ସିରପ୍‌ ମିଳିଥିଲା। ନିର୍ବାଚନ ସମୟରେ ଏହି ସିରପ୍‌ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଚାଲାଣ କରିବା ପାଇଁ ଉଦ୍ୟମ କରାଯାଉଥିବା ବେଳେ ପଞ୍ଚା ମେହେର ରାକେଟ୍‌ର ମୁଖ୍ୟ ଥିଲା‌ ବୋଲି ସଦର ଏସ୍‌ଡିପିଓ ପ୍ରଦୀପ ସାହୁ ସାମ୍ବାଦିକ ସମ୍ମିଳନୀ‌ରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe