୧୮ କେଜି ଗଞ୍ଜେଇ ଜବତ; ୨ ଗିରଫ

ସ୍କୁଟର, ମୋବାଇଲ୍ ଓ ନଗଦ ଟଙ୍କା ଜବତ

୧୮ କେଜି ଗଞ୍ଜେଇ ଜବତ; ୨ ଗିରଫ

ରସୁଲପୁର: କୁଆଖିଆ ଥାନା ପୁଲିସ ଗତକାଲି ସନ୍ଧ୍ୟାରେ ପାଟ୍ରୋଲିଂ ସମୟରେ ଦୁଇଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୮ କେଜି ୫୦ଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ଥାନା ଅଧୀନ ରାହାମ୍ବା ପଞ୍ଚାୟତ ଡିହକୁରାଂଶ ଗ୍ରାମର ଜଗମୋହନ ପଣ୍ତା(୩୫) ଓ ବଡ଼କଇଁଚି ପଞ୍ଚାୟତ ଗରୁଆଳ ଗ୍ରାମର ରାଜକିଶୋର ସାହୁ(୪୨) ଏକ ହୋଣ୍ତା ଆକ୍ଟିଭା (ଓଡି ୩୪ ଏଫ୍ ୪୧୯୨) ରେ ଏକ ବସ୍ତାରେ ଗଞ୍ଜେଇ ଭର୍ତ୍ତି କରି ମଧୁବନ ଆଡୁ ନଠୁଆବର ଆଡ଼କୁ ଯାଉଥିଲେ। ସନ୍ଧ୍ୟା ପ୍ରାୟ ୭ଟାରେ କୃଷ୍ଣପଡ଼ା ଛକ ପାଖରେ ଏସ୍‌ଆଇ ଅନୀତା ପ୍ରଧାନଙ୍କ ନେତୃତ୍ବରେ ପୁଲିସ ପାଟ୍ରୋଲିଂ କରୁଥିଲା।

ପୁଲିସ ଗାଡ଼ିକୁ ଦେଖି ଗଞ୍ଜେଇ ବେପାରୀ ଦୁଇଜଣ ପଛକୁ ଫେରି ଚାଲିଯାଉଥିଲେ। ପୁଲିସ ଗୋଡ଼ାଇ ସେମାନଙ୍କୁ ଅଟକାଇଥିଲା। ଯାଞ୍ଚ କରିବା ପରେ ସେମାନେ ନେଉଥିବା ବସ୍ତାରୁ ଗଞ୍ଜେଇ ଜବତ ହୋଇଥିଲା। ଗଞ୍ଜେଇ ସହିତ ସେମାନଙ୍କ ପାଖରୁ ଦୁଇଟି ମୋବାଇଲ୍ ଫୋନ୍, ନଗଦ ୧୧ ହଜାର ୫୯୦ଟ ଙ୍କା ସହ ସ୍କୁଟରକୁ ମଧ୍ୟ ପୁଲିସ ଜବତ କରିଥିଲା। ଉଭୟ ଅଭିଯୁକ୍ତଙ୍କ ଘରେ ଖୋଜାଖୋଜି କରିଥିଲେ ମଧ୍ୟ ଅଧିକ କିଛି ମିଳି ନଥିଲା। କୁଆଖିଆ ଥାନାରେ ଏ ସଂକ୍ରାନ୍ତରେ ମାମଲା ନଂ ୨୫୧/୨୧ ରୁଜୁ କରି ଆଜି ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଏସ୍‌ଆଇ ପ୍ରଶାନ୍ତ କୁମାର ଦାସ ଘଟଣାର ତଦନ୍ତ କରୁଛନ୍ତି।

ଗଞ୍ଜେଇ ଜବତ, ବେପାରୀ ଗିରଫ

ଧର୍ମଶାଳା: ଧର୍ମଶାଳା ଥାନା ଜାରକା ଅଞ୍ଚଳରେ ଚୋରା ଗଞ୍ଜେଇ ବେପାର କରୁଥିବା ଅଭିଯୋଗରେ ପୁଲିସ୍‌ ଜଣେ ବେପାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି ଜାରକା ଗେଡ଼ିସାହିର ଦର୍ଶନ ଗେଡ଼ି। ଅଭିଯୁକ୍ତ ନିକଟରୁ ୯୯୦ଗ୍ରାମ୍‌ ଗଞ୍ଜେଇ ଜବତ ହୋଇଛି। ପୁଲିସ୍‌ ୩୯୧/୨୧ ନମ୍ବରରେ ଏକ ମାମଲା ରୁଜୁ କରିବା ସହିତ ଗିରଫ ଅଭିଯୁକ୍ତକୁ ଆଜି ଚଣ୍ତିଖୋଲ କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe