ଜୟପୁର: ଓଏସଆରଟିସି ବସରୁ ୧୯ ଯୁବତୀ, ନାବାଳିକା ଉଦ୍ଧାର

Advertisment
ଜୟପୁର: ଓଏସଆରଟିସି ବସରୁ ୧୯  ଯୁବତୀ, ନାବାଳିକା ଉଦ୍ଧାର

ଜୟପୁର: ଗତକାଲି ରାତିରେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ୧୯ ଜଣ ଝିଅଙ୍କୁ କୋରାପୁଟ ଜିଲ୍ଲା ବାରିଗୁମ୍ମା ପୁଲିସ ଉଦ୍ଧାର କରିଛି। ଜବତ ୧୯ ଜଣଙ୍କ ମଧ୍ୟରୁ କେତେକ ଦାଦାନ ଖଟିବାକୁ ଯାଉଥିବା ବେଳେ ୮ ଜଣଙ୍କୁ ଅନ୍ୟ ଉଦ୍ଦ୍ୟେଶରେ ବା ମାନବ ଚାଳାଣ ର‍୍ୟାକେଟ ସହାୟତାରେ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିିବା ପୁଲିସ ସନ୍ଦେହ କରୁଛି। ପୁଲିସ ଏହି ଘଟଣାରେ  ସନ୍ଦିିଗ୍ଧ ଦମ୍ପତିଙ୍କୁ ଅଟକ ରଖି  ପଚରାଉଚରା କରୁଛନ୍ତି।

ବୋରିଗୁମ୍ମା ଥାନା ଆଇଆଇସି ଭାବେ ଦୟିତ୍ୱରେ ଥିବା ଆଇପିଏସ ଅଫିସର ସାଗରିକା ନାଥଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଉମରକୋଟରୁ ବିଶାଖାପାଟଣା ଯାଉଥିବା ଓଏସଆରଟିସି ବସ୍‌ରେ କେତେକ ନାବାଳିକା ଓ ଯୁବତୀଙ୍କୁ ସନ୍ଦେହଜନକଭାବେ ରଜ୍ୟ ବାହରକୁ ନିଆଯାଉଥିଲା। ଏ ସମ୍ପର୍କରେ ସନ୍ଦେହ କରି କିଛି ବସ ଯାତ୍ରୀ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ସୂଚନା ପାଇବା ମାତ୍ରେ ବସକୁ ଅଟକାଇଥିଲା ଓ ସେଥିମଧ୍ୟରୁ ୧୯ ଜଣ ନାବାିକା ଓ ଯୁବତୀଙ୍କୁ ବସ ବାହାରକୁ ଆଣିଥିଲା। ଗୁରୁତ୍ୱପୂର୍ଣ୍ଣ ହେଉଛି ବସ୍‌ରୁ ଉଦ୍ଧାର ହୋଇଥିବା ନାବାଳିକା ଓ ଯୁବତୀମାନେ ଜାଣି ନ ଥିଲେ ଯେ ସେମାନେ କେଉଁଆଡେ ଯାଉଛନ୍ତି। ପଚରାଉଚରା ସମୟରେ ସେହି ବସରେ ଥିବା ଦମ୍ପତି ସେମାନଙ୍କୁ ନେଉଥିବା ଜଣାପଡ଼ିଥିିଲା। ତେଣୁ ତାଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି ବୋଲି ଆଇଆଇସି  ନାଥ ସୂଚନା ଦେଇଛନ୍ତି।

ଅପରପକ୍ଷେ ଏହା ପଛରେ ଯୁବତୀ ଚାଲାଣ ର‍୍ୟାକେଟ ଥିବା ସନ୍ଦେହ କରାଯାଉଛି ବୋଲି ଆଇଆଇସି  ନାଥ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe