ସଂଗରୋଧରେ ଥିବା ୧୯ ପ୍ରବାସୀ ଶ୍ରମିକ ପଜିଟିଭ ଚିହ୍ନଟ, କଳାହାଣ୍ଡି କୋଭିଡ ହସପିଟାଲରେ ଭର୍ତ୍ତି

Advertisment
ରାଜ୍ୟରେ ୩୬୩୧ ନୂଆ କରୋନା ଆକ୍ରାନ୍ତ

di.ku.dk

ଧର୍ମଗଡ଼ : ତେଲେଙ୍ଗାନାରୁ ଫେରି ଧର୍ମଗଡ଼ ବ୍ଲକ୍‌ ଡୁମେରଗୁଡ଼ା ଟିଏମ୍‌ସିରେ ସଂଗରୋଧରେ ଥିବା ଶ୍ରମିକମାନଙ୍କ ମଧ୍ୟରୁ ୧୯ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସ‌ା ପାଇଁ ଜିଲ୍ଲା କୋଡିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରକାଶ ଯେ ତେଲେଙ୍ଗାନାରେ କାମ କରୁଥିବା କିଛି ଶ୍ରମିକ କରୋନା ଲକ୍‌ଡଉନ୍‌ ଯୋଗୁଁ ଘରକୁ ଫେରିଥିଲେ। ଏମାନେ ଗୋଟିଏ ବସ୍‌ ଯୋଗ ଗତ ୨୪ ତାରିଖ ଦିନ ଧର୍ମଗଡ଼ ପହଞ୍ଚିଥିଲେ। ପ୍ରଶାସନ ପକ୍ଷରୁ ସେମାନଙ୍କୁ ଡୁମେରଗୁଡ଼ା ଟିଏମ୍‌ସିରେ ରଖାଯାଇଥିଲା। ଏମାନଙ୍କ ମଧ୍ୟରେ ଜୁନାଗଡ଼ ବ୍ଲକ୍‌ ପିଲିଆ ପଞ୍ଚାୟତର ମଇଭର, ବୁଢ଼ୀଦର ପଞ୍ଚାୟତର ତେତେଲପଡ଼ା, କାଲିଆକୁଣ୍ତଲ ପଞ୍ଚାୟତ କେଲିଆ, ଗୋଲାମୁଣ୍ତା ବ୍ଲକ୍‌ର ନକଟିକାନୀ ପଞ୍ଚାୟତ କରଙ୍ଗାମୁଣ୍ତା, ଉଦେଶୃଙ୍ଗ, ଧର୍ମଗଡ଼ ବ୍ଲକ୍‌ ଡୁମେରଗୁଡ଼ା ପଞ୍ଚାୟତ କିର୍କାକାନୀ ଗ୍ରାମର ୫୧ ଜଣ ଶ୍ରମିକ ଥିଲେ। ପ୍ରଥମେ ଏମାନଙ୍କ ଆଣ୍ଟିଜେନ ଟେଷ୍ଟରେ ୧୦ ଜଣ ପଜିଟିଭ ଚିହ୍ନଟ ହେବାରୁ ସେମାନଙ୍କୁ ଚିକିତ୍ସା ନିମନ୍ତେ ଧର୍ମଗଡ଼ ବ୍ଲକ୍‌ ପର୍ଲା କୋଭିଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବୁଧବାର ଆସିଥିବା ଆର୍‌ଟିପିସିଆର୍‌ ଟେଷ୍ଟ ରିପୋର୍ଟରେ ୧୯ଜଣ ଶ୍ରମିକ ପଜିଟିଭ ଥିବା ଜଣା ପଡ଼ିଥିଲା। ଏମାନଙ୍କୁ ଚିକିତ୍ସା ପାଇଁ ପଠାଇବା ବ୍ୟବସ୍ଥା କରାଯାଉଥିବା ବେଳେ ଏମାନେ ନିଜ ନିଜ ଘରକୁ ଯିବା ପାଇଁ ଜିଦ୍‌ ଧରିଥିଲେ। ଏଥିପାଇଁ ପ୍ରଶାସନକୁ ନାକେଦମ ହେବାକୁ ପଡ଼ିଥିଲା। ବିଡିଓ ଶରତ ଚନ୍ଦ୍ର ସେଠୀ, ତହସିଲଦାର ପ୍ରମୁଖ ଟିଏମ୍‌ସିରେ ପହ‌ଞ୍ଚି ଶ୍ରମିକମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ମାନି ନଥିଲେ। ପରେ ଗୋଲାମୁଣ୍ତା ପୁଲିସ ସହାୟତାରେ ପଜିଟିଭ ଥିବା ୧୯ ଜଣ ଶ୍ରମିକଙ୍କୁ ଜିଲ୍ଲା କୋଭିଡ ହସପିଟାଲକୁ ପଠାଯାଇଥିଲା। ଅବଶିଷ୍ଟ ଶ୍ରମିକମାନଙ୍କୁ ସେମାନଙ୍କ ନିଜ ନିଜ ଘରେ ଛାଡ଼ି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe