ନୂଆପଡ଼ା: ନୂଆପଡ଼ା ଜିଲ୍ଲାକୁ ପ୍ରବାସୀ ଶ୍ରମିକମାନେ ପ୍ରତିଦିନ ଫେରୁଥିବା ଦେଖିବାକୁ ମିଳୁଛି। ସୋମବାର ପୁଣି ୧୯୧ଜଣ ପ୍ରବାସୀ ଶ୍ରମିକ ଫେରିଥିବା ଜଣାପଡ଼ିଛି। ଜିଲ୍ଲାକୁ ଆଜି ଉତ୍ତରପ୍ରଦେଶରୁ ୧୯୧ ଜଣ ଶ୍ରମିକ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସମସ୍ତଙ୍କ ଏଣ୍ଟିଜେନ ପରୀକ୍ଷା କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ଏହି ଶ୍ରମିକମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘର ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲାକୁ ଫେରିଥିବା ମୋଟ ପ୍ରବାସୀ ଶ୍ରମିକମାନଙ୍କ ସଂଖ୍ୟା ୩୫୩୬ ହେଲାଣି। ସେଥିମଧ୍ୟରୁ ୩୫୩୪ ଜଣଙ୍କୁ ଘରକୁ ଛାଡ଼ି ଦିଆଯାଇଥିବା ବେଳେ ଖଡ଼ିଆଳ ବ୍ଲକ୍ରେ ୨ ଜଣ ଶ୍ରମିକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ।
ନୂଆପଡ଼ା ଜିଲ୍ଲାକୁ ପୁଣି ଫେରିଲେ ୧୯୧ ପ୍ରବାସୀ ଶ୍ରମିକ
Advertisment
Follow Us