କଟକ ସହରରୁ ୧୯୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ

Advertisment
କଟକ ସହରରୁ ୧୯୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ସହରରୁ ମୋଟ ୧୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ଇନଷ୍ଟିଚ୍ୟୁସନାଲ କ୍ବାରେଣ୍ଟାଇନରୁ ୫୯ଜଣ ଚିହ୍ନଟ ହୋଇଥିବା ବେଳେ ହୋମ କ୍ବାରେଣ୍ଟାଇନରୁ ୪୯ଜଣ ଅଛନ୍ତି । ଇନଷ୍ଟିଚ୍ୟୁସନାଲ କ୍ବାରେଣ୍ଟାଇନରୁ ୩ଜଣ କରୋନା ଯୋଦ୍ଧାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ବେଳେ ୪୨ଜଣ ପୁରୁଷ ଓ ୧୪ଜଣ ମହିଳା କରୋନା ଆକ୍ରାନ୍ତ ଥିବା କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି।

ସିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସ୍ଥାନୀୟ ଅଞ୍ଚଳରୁ ୮୯ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ କଟକ ସହରରେ ଏଯାବତ ୭,୦୯୩ଜଣ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ଏବେ ବି ୨,୦୯୨ଟି ସକ୍ରିୟ ମାମଲା ରହିଛି। କରୋନାରେ ଆକ୍ରାନ୍ତ ହୋଇ ଏବେ ସୁଦ୍ଧା ୪,୯୭୦ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ସିଏମସି ଟୁଇଟ କରି ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe