ଡିସିବି ବ୍ୟାଙ୍କ ସମ୍ମୁଖରୁ ବ୍ୟବସାୟୀଙ୍କ କାରରୁ ୨ଲକ୍ଷ ୩୦ହଜାର ଟଙ୍କା ଲୁଟ

Advertisment
ଡିସିବି ବ୍ୟାଙ୍କ ସମ୍ମୁଖରୁ ବ୍ୟବସାୟୀଙ୍କ କାରରୁ ୨ଲକ୍ଷ ୩୦ହଜାର ଟଙ୍କା ଲୁଟ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ଡିସିବି ବ୍ୟାଙ୍କ ନିକଟରୁ ଗୁରୁବାର ଅପରାହ୍ନରେ ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟେରା ୨ଲକ୍ଷରୁ ଅଧିକ ଟଙ୍କା ଲୁଟ କରି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଲୁଟର ଶିକାର ହୋଇଥିବା ବ୍ୟବସାୟୀ ଯଯାତି ବେହେରା ଆଜି ବ୍ୟାଙ୍କରେ ୮ଲକ୍ଷ ୨୦ହଜାର ଟଙ୍କା ଜମା କରିବାକୁ ଯାଇଥିଲେ। । ଏହି ସମୟରେ ସେ କାରରେ ବାକି ୨ଲକ୍ଷ ୩୦ହଜାର ଟଙ୍କା ବ୍ୟାଗ ଛାଡ଼ି ଆସିଥିଲେ। ତେବେ କାରରେ ଟଙ୍କା ଥିବା ଲୁଟେରା କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। । ୩ଜଣ ଲୁଟେରା ବ୍ୟବସାୟୀ ଯଯାତିଙ୍କ ଭାଇଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏହି କଥାବାର୍ତ୍ତା ଆଳରେ ଜଣେ ଲୁଟେରା କାର ଭିତରୁ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

ଏହି ଲୁଟର ଶିକାର ହେବା ପରେ ବ୍ୟବସାୟୀ ଯଯାତି ଟାଉନ୍ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ତିନିଜଣ ଲୁଟେରାଙ୍କୁ ଧରିବା ପାଇଁ ବିଭିନ୍ନ ରାସ୍ତାକୁ ମଧ୍ୟ ସିଲ କରିଛି ପୁଲିସ।

ସୂଚନାଯୋଗ୍ୟ, ଲୁଟର ଶିକାର ହୋଇଥିବା ବ୍ୟବସାୟୀ ଯଯାତି ବେହେରା ଆଜି ବ୍ୟାଙ୍କରେ ୮ଲକ୍ଷ ୨୦ହଜାର ଟଙ୍କା ଜମା କରିବାକୁ ଯାଇଥିଲେ । ଏହି ସମୟରେ ସେ କାରରେ ବାକି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe