ଗ୍ରାମ୍ୟ ପାନୀୟ ଜଳଯୋଗାଣ ଦୁର୍ନୀତି: ବିନା ଟେଣ୍ଡରରେ ୨.୩୪ କୋଟିର କାମ, କାର୍ଯ୍ୟାନୁଷ୍ଠାନ ଶୂନ୍

Advertisment

ପାନୀୟ ପ୍ରକଳ୍ପର କୋଟିଏ ଫେରିଗଲା, ଠିକାଦାରଙ୍କୁ ଅଧିକାରୀଙ୍କ ଅନୁକମ୍ପା

ପାନୀୟ ପ୍ରକଳ୍ପର କୋଟିଏ ଫେରିଗଲା, ଠିକାଦାରଙ୍କୁ ଅଧିକାରୀଙ୍କ ଅନୁକମ୍ପା

କେନ୍ଦ୍ର ସମବାୟ ବ୍ୟାଙ୍କ ଗୁମର: ପୂର୍ବତନ ଭାରପ୍ରାପ୍ତ ସିଇଓଙ୍କ ଦୁର୍ନୀତି ସୀମା ଲଂଘିଛି

Livemint

ସୁନ୍ଦରଗଡ଼: ଆଦିବାସୀ ଅଧ୍ୟୁସିତ ସୁନ୍ଦରଗଡ଼ ଜିଲ୍ଲାର ପଞ୍ଚାୟତିରାଜ ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଦୁର୍ନୀତି ଚର୍ଚ୍ଚାରେ ରହିଛି। ପାନୀୟ ଜଳ ପ୍ରକଳ୍ପର ମରାମତି, ନିର୍ମାଣ ଆଦି କାମ ପାଇଁ ବିଧିବଦ୍ଧ ଭାବେ ଟେଣ୍ଡର ନଡାକି ଟେବୁଲ ଟେଣ୍ଡର ଜରିଆରେ ବିବେକ ଅଗ୍ରୱାଲ ନାମକ ଜଣେ ତୃତୀୟ ଶ୍ରେଣୀ ସାଧାରଣବର୍ଗର ଠିକାଦାରଙ୍କୁ ୨ କୋଟି ୩୪ ଲକ୍ଷ ଟଙ୍କାର କାମ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଟେଣ୍ଡର ଏଡ଼ାଇବାକୁ ଅତି ଚତୁରତାର ସହ ୫ ଲକ୍ଷରୁ କମ ଅଟକଳରେ ପ୍ରକଳ୍ପ ପ୍ରସ୍ତୁତ କରି ଠିକାଦାରଙ୍କୁ ୨୦୧୭-୧୮ରୁ ୨୦୨୧-୨୦୨୨ ମଧ୍ୟରେ ପ୍ରାୟ ୬୯ଟି ପ୍ରକଳ୍ପ କାମ ଯୋଗାଇ ଦିଆଯାଇଛି। କେବଳ ୨୦୨୦-୨୧ ଓ ୨୦୨୧-୨୨ ମାର୍ଚ୍ଚ ମଧ୍ୟରେ କୋଟିଏ ଟଙ୍କାର ନିର୍ମାଣ ବା ମରାମତି କାମ କରିଛନ୍ତି ଠିକାଦାର। ସେଥିରେ ରହିଛି।

ତେବେ ଜଣେ ତୃତୀୟ ଶ୍ରେଣୀ ଠିକାଦାରଙ୍କୁ କିପରି କୋଟି କୋଟି ଟଙ୍କାର କାମ ଦିଆଗଲା, ୨ ବର୍ଷ ମଧ୍ୟରେ ବ୍ୟୟ ହୋଇଥିବା କୋଟିଏ ଟଙ୍କାର କାମ ପାଇଁ ଟେଣ୍ଡର ନଡାକି ଟେବୁଲ ଟେଣ୍ଡର କରାଯିବାକୁ ନେଇ ଉଠିଥିଲା ପ୍ରଶ୍ନ। ସମ୍ପୃକ୍ତ ଠିକାଦାରଙ୍କୁ ପ୍ରତି ଅଧିକ୍ଷଣ ଯନ୍ତ୍ରୀଙ୍କ ଅନୁକମ୍ପା ଏବେ ଚର୍ଚ୍ଚାରେ। ତାଙ୍କୁ ସଂଖ୍ୟାଧିକ ପ୍ରକଳ୍ପ କାମ ବିନା ଟେଣ୍ଡରରେ ଦିଆଯିବା ପଛରେ କିଛି ଭିନ୍ନ ରହସ୍ୟ ଥିବା କୁହାଯାଉଛି। ତେବେ ଏଯାଏ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ତଦନ୍ତ ବି ହୋଇ ନାହିଁ। ଏହା ମଧ୍ୟରେ ଗ୍ରାମାଞ୍ଚଳର ପାନୀୟ ଜଳ ଯୋଗାଣ ପାଇଁ ଚାଲିଥିବା ‘ବସୁଧା’ ଓ ଅନ୍ୟ ଯୋଜନା ଠିକଠାକ୍ ନଥିବା ଅଭିଯୋଗ ହୋଇଛି। କେଉଁଠି ମଟର ପୋଡ଼ି ଯାଇଛି ତ କେଉଁଠି ପାଇପକୁ ପାଣି ଆସୁନି। ଅନେକ ଓଭରହେଡ୍ ଟ୍ୟାଙ୍କ ଶୁଖିଲା ପଡ଼ିଥିବା ଓ ଲୋକେ ପାଣି ପାଇଁ ଡହଳବିକଳ ହେଉଥିବା ଅଭିଯୋଗ ରହିଛି। ଏହା ମଧ୍ୟରେ ରୋଚକ କଥା ହେଲା, ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ପାନୀୟ ଜଳ ପ୍ରକଳ୍ପ ଯୋଜନାରେ ଆସିଥିବା ପ୍ରାୟ କୋଟିଏ ଟଙ୍କା ଗତ ମାର୍ଚ୍ଚ ମାସରେ ଫେରସ୍ତ ହୋଇଯାଇଛି। ପ୍ରକଳ୍ପ କାମ ଶେଷ ହୋଇ ବିଲ୍ ପ୍ରସ୍ତୁତ ହୋଇଥିଲେ ମଧ୍ୟ କେଉଁ କାରଣରୁ ଟଙ୍କା ଫେରସ୍ତ ହୋଇଗଲା ସେ ସମ୍ପର୍କରେ କେହି ମୁହଁ ଖୋଲୁ ନାହାନ୍ତି।

କରିତକର୍ମା ବଡ଼ବାବୁ
ବିଭାଗରେ ଚାଲିଥିବା ଦୁର୍ନୀତି ଓ ଅନିୟମିତତା ମଧ୍ୟରେ ଚର୍ଚ୍ଚାରେ ରହିଛନ୍ତି ବଡ଼ବାବୁ। ତାଙ୍କୁ ଏକକାଳୀନ ୩ଟି ଦାୟିତ୍ବ ଦିଆଯାଇଛି। ସେ ବଡ଼ବାବୁ ଥିବା ବେଳେ ଅତିରିକ୍ତ ଭାବେ କ୍ୟାସିୟର ଓ ହେମଗିର, ରାଜଗାଙ୍ଗପୁର, କୁତ୍ରା ବ୍ଲକର ଅଡିଟର ରହିଛନ୍ତି। କାର୍ଯ୍ୟାଳୟର ଦୁଇଟି ବଡ଼ ପଦରେ ଥିବା ଏହି କର୍ମଚାରୀ ଜଣକ ୩ ବ୍ଲକର ଅଡିଟର ନିଯୁକ୍ତ ହେବା ପଛରେ ବ୍ଲକରେ ଚାଲିଥିବା ୩୧୨ କୋଟିର ମେଗା ପାନୀୟ ପ୍ରକଳ୍ପ ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି। ଜେଣ କର୍ମଚାରୀଙ୍କୁ ୩ଟି ଦାୟିତ୍ବ ପ୍ରଶ୍ନବାଚୀ ସୃଷ୍ଟି କରିଛି। କର୍ମଚାରୀ ଜଣକ ଦେବଗଡ଼ ଜିଲ୍ଲାରେ ଥିବା ବେଳେ ତାଙ୍କ ନାମରେ ଅନେକ ଅନିୟମିତତା ଅଭିଯୋଗ ହୋଇଥିଲା। ଏହା ପରେ ତାଙ୍କୁ ସମ୍ବଲପୁର ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା। ସେଠାରୁ ତାଙ୍କୁ ଝାରସୁଗୁଡ଼ାକୁ ବଦଳି ହୋଇଥିଲା। କିନ୍ତୁ ସେଠାରେ ମଧ୍ୟ ବେଶୀ ଦିନ ରହିପାରିଲେ ନାହିଁ। ତାଙ୍କୁ ପୁଣି ସମ୍ବଲପୁର ଫେରାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସେ ସୁନ୍ଦରଗଡ଼କୁ ବଦଳି ହୋଇ ଆସିଲେ। ଏଠାରେ ୪ ବର୍ଷରୁ ଅଧିକ ସମୟ କାଟିଥିବା ଏହି କରିତକର୍ମା ବାବୁ ଏବେ ବିଭାଗର ସର୍ବେସର୍ବା ପାଲଟିଯାଇଥିବା ଚର୍ଚ୍ଚା ହେଉଛି। ତାଙ୍କୁ ତୁରନ୍ତ ବଦଳି କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe