ଶାନ୍ତିସ୍ତୁପର ବିକାଶ ଲାଗି ପର୍ଯ୍ୟଟନ ବିଭାଗ ପକ୍ଷରୁ ୨.୯୫ କୋଟି ମଂଜୁର

Advertisment

ଡ୍ରୋନ କ୍ୟାମେରାରେ ଭଗ୍ନ ଅଂଶର ଫଟୋ ଉତ୍ତୋଳନ କଲେ ସ୍ଥପତି

ଡ୍ରୋନ କ୍ୟାମେରାରେ ଭଗ୍ନ ଅଂଶର ଫଟୋ ଉତ୍ତୋଳନ କଲେ ସ୍ଥପତି

ଧଉଳି ଶାନ୍ତିସ୍ତୂପର ବିକାଶ ପାଇଁ ଦେଢ଼ କୋଟି ମଞ୍ଜୁର

ଧଉଳି:ଧଉଳି ଶାନ୍ତିସ୍ତୂପର ବିକାଶ କାର୍ଯ୍ୟ ଲାଗି ଏବେ ସରକାରୀସ୍ତରରେ ବିଶେଷ ତତ୍ପରତା ପ୍ରକାଶ ପାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଶାନ୍ତିସ୍ତୂପର ସାମଗ୍ରୀକ ବିକାଶ କାର୍ଯ୍ୟ ଲାଗି ଏହାମଧ୍ୟରେ  ୨ କୋଟି ୯୫ ଳକ୍ଷ ଟଙ୍କା ମଂଜୁର ହୋଇଛି । ଫନି କ୍ଷତିଗ୍ରସ୍ତ ସ୍ତୂପର ମରାମତି ତଥା ପାରିପାର୍ଶ୍ବକ ସ୍ଥାନର ଉନ୍ନୟନ କାର୍ଯ୍ୟ ଲାଗି ପର୍ଯ୍ୟଟନ ବିଭାଗ ଯୋଗାଇ ଦେଇଥିବା ଉକ୍ତ ଅର୍ଥରାଶି ଖର୍ଚ୍ଚ ହେବ । ଟଙ୍କା ମଂଜୁରୀ ପ୍ରାପ୍ତ ହେବା ପରେ କିଭଳି ବିନିଯୋଗ କରାଯିବ ତାହାର ବ୍ୟୟ ଅଟକଳ ନେଇ ଉଦ୍ୟମ ଆରମ୍ଭ ହୋଇଛି । ସ୍ତୂପର ମରାମତି ଓ ନିର୍ମାଣ କାର୍ଯ୍ୟ ଏକ ସ୍ଥପତି ସଂସ୍ଥାକୁ ହସ୍ତାନ୍ତର କରାଯାଇଛି । ଏନେଇ ଆଜି ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ କୁମାର ସ୍ବାଇଁଙ୍କ ତତ୍ବାବଧାନରେ ଉକ୍ତ ସଂସ୍ଥାର ସ୍ଥପତି (ଆରକିଟେକ) ଙ୍କ ସମେତ ,ଓଡ଼ିଶା ପର୍ଯ୍ୟଟନ ନିଗମ ସହକାରୀ ଯନ୍ତ୍ରୀ ସୁବ୍ରତ ଜେନା , ଭୁବନେଶ୍ବର ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତ, ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣିମା ସାହୁଙ୍କ ସ୍ବାମୀ ହରେକୃଷ୍ଣ ସାହୁ ଏବଂ କଳିଙ୍ଗ ନିପନ ବୁଦ୍ଧ ସଂଘର ଉନ୍ନୟନ ସଂଯୋଜକ ରବି ମହାରଣା ପ୍ରମୁଖ  ଶାନ୍ତିସ୍ତୂପରେ ପହଞ୍ଚି କାର୍ଯ୍ୟପ୍ରକ୍ରିୟା ଆରମ୍ଭ କରିଥିଲେ ।

ଏହି ପରିପ୍ରେକ୍ଷୀରେ ଦାୟିତ୍ବରେ ଥିବା ସ୍ଥପତି  ଡ୍ରୋନ କ୍ୟାମେରା ସାହାଯ୍ୟରେ ଶାନ୍ତିସ୍ତୂପର ବିଭିନ୍ନ ସ୍ଥାନର ଭଗ୍ନ ଅଂଶର  ଫଟୋ ଉତ୍ତୋଳନ କରାଇଥିଲେ । ଦୀର୍ଘ ସମୟ ଧରି ଡ୍ରୋନ ଉଡ଼ି ଫଟୋ ସଂଗ୍ରହ କରିଥିଲା । ଧଉଳି ଗିରି ପାଦଦେଶରୁ, ଶାନ୍ତିସ୍ତୂପ ପରିସର ଓ ସ୍ତୂପ ଶୀର୍ଷସ୍ଥଳ ପର୍ଯ୍ୟନ୍ତ ଅଂଶର ଡ୍ରୋନ ଫଟୋ ଉଠାଇଥିଲା ।

ପୂର୍ବାହ୍ନ ସାଢ଼େ ୧୦ଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଅଧିକାରୀମାନେ ସେଠାରେ ରହି ସ୍ତୂପର ରକ୍ଷଣାବେକ୍ଷଣ ଓ ନବୀକରଣ କାର୍ଯ୍ୟ ସଂମ୍ବନ୍ଧିତ ଆଲୋଚନା କରିଥିଲେ । ସହକାରୀ ଯନ୍ତ୍ରୀ ଶ୍ରୀ ଜେନା ଓ ପର୍ଯ୍ୟଟନ ଅଧିକାରୀ ଶ୍ରୀ ରାଉତଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ସ୍ତୂପର ମରାମତି କାର୍ଯ୍ୟ ସାଙ୍ଗକୁ ପରିସରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe