ବାରହା ମାଂସ ଜବତ ୨ ଗିରଫ

Advertisment
ବାରହା ମାଂସ ଜବତ ୨ ଗିରଫ

ଗନ୍ଦିଆ : ବନ ବିଭାଗକୁ ମିଳିଛି ବଡ଼ ସଫଳତା । ବେଆଇନ ଭାବରେ ଜଙ୍ଗଲୀ ଜନ୍ତୁ ଶିକାର ଅଭିଯୋଗରେ ଆଜି ଦୁଇଜଣକୁ ଗିରଫ କରିଛି ବନ ବିଭାଗ ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି କି, ଷଡ଼ଙ୍ଗୀ ରେଞ୍ଜ ଅଧୀନ ଆମ୍ବପଡା କାଜୁ ଜଙ୍ଗଲରେ ବେଆଇନ ଭାବରେ ପ୍ରତିଦିନ ଜନ୍ତୁ ଶିକାର କରାଯାଉଛି । ଆଜି ଉକ୍ତ ଜଙ୍ଗଲ ମଧ୍ୟରେ ଜନ୍ତୁ ଶିକାର ହେଇଥିବାର ଖବର ପାଇବା ପରେ ବନ ବିଭାଗ ଷଡ଼ଙ୍ଗୀ ରେଞ୍ଜ ଅଧିକାରୀ ଚନ୍ଦ୍ରମଣି ବେହେରା ବନପାଳ ଚିନ୍ମୟ ସାହୁ ଓ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଂଚିଥିଲେ।

ସେଠାରେ ଗୋରଡାପାଳ ଗ୍ରାମର ଲକ୍ଷ୍ମୀଧର ମଲିକଙ୍କୁ ସିଧାସଳଖ ଧରିଥିଲେ। । ତାଙ୍କ ପାଖରୁ ୧୪କିଲୋ ୫୦୦ଗ୍ରାମ ବାରହା ମାଂସ ଜବତ କରାଯାଇଥିଲା । ତାଙ୍କୁ ପଚରା ଉଚରା ପରେ ତାଙ୍କ ସହିତ ସହଯୋଗ କରୁଥିବା ଜିରାଳ ଗ୍ରାମର ଅଭିରାମ ବେହେରା ଏଠାରୁ ଉକ୍ତ ବାରହାର ଅବଶିଷ୍ଟ ମାଂସ ନେଇଯାଇଛି ବୋଲି ସେ କହିଥିଲେ। ଏହାପରେ ବନ କର୍ମଚାରୀ ଜିରାଳ ଗ୍ରାମକୁ ଯାଇ ସେଠାରୁ ଅଭିରାମ ବେହେରାଙ୍କୁ ଗିରଫ କରିଥିଲେ।

ଆଜି ଦୁଇଜଣକୁ କୋର୍ଟ ଚାଲାଣ କରାଯାଇଛି  ।ଲକ୍ଷ୍ମୀଧରଙ୍କୁ ଜଙ୍ଗଲ ଜନ୍ତୁ ଶିକାର ନିମନ୍ତେ ସମସ୍ତ ସରଞ୍ଜାମ ଅଭିରାମ ଯୋଗାଉଥିଲା । ବର୍ତମାନ ଶିକାରୀମାନେ ସୁବିଧା ଭାବରେ ଖାସି ପୁଟା ଭିତରେ ବୋମା ଭର୍ତ୍ତି କରି ଜଙ୍ଗଲ ମଧ୍ୟରେ ରଖି ଦେଉଛନ୍ତି । ତାହାକୁ ଜଙ୍ଗଲୀ ଜନ୍ତୁ ବାରହା ଖାଇବା ବେଳେ ତାହା ବିସ୍ଫୋରଣ ହେଉଛି ଓ ଅତି ବିଭତ୍ସ ଭାବରେ ଏମାନଙ୍କୁ ହତ୍ୟା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe