୨୫ ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଗିରଫ

୨୫ ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ୨୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏହି ମାମଲାରେ ଦୁଇ ଯୁବକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସୂଚନାନୁସାରେ, ଗତକାଲି ମଧ୍ୟାହ୍ଣରେ ଗୁରୁଜଙ୍ଗ ଟାଙ୍ଗୀସାହିର ଅଭିଜିତ ସାମନ୍ତରାୟ ଓରଫ ଭିକି (୨୬) ଘରେ ବ୍ରାଉନସୁଗାର କିଣାବିକା ହେଉଥିବା ନେଇ ସୂଚନା ମିଳିଥିଲା। ସୂଚନା ଆଧାରରେ ପୁଲିସର ଏକ ଟିମ୍ ଉକ୍ତ ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉରେ ଅଭିଯୁକ୍ତ ଅଭିଜିତ ଓ ଭାଲିଆବାଡ଼ିର ଅମରେଶ ବେହେରା ଓରଫ ଗୁଲୁ (୨୮)କୁ ଧରାଯିବା ସହ ସେମାନଙ୍କ ନିକଟରୁ ୨୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା।

ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ଲକ୍ଷ ୫୦ହଜାର ଟଙ୍କା ହେବ। ଏନେଇ ୫୮୨/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ବ୍ରାଉନସୁଗାର ମାମଲାରେ ଗିରଫ ଦୁଇ ଜଣ ପୂର୍ବରୁ ଏକ ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ମନୋରଞ୍ଜନ ସାହୁ ଓରଫ ମିକି, ସଞ୍ଜୟ ପ୍ରଧାନ ଓରଫ ସଞ୍ଜୁ ଓ ଆଶିଷ ପ୍ରଧାନ ଓରଫ ପୁଣ୍ଡୁଙ୍କ ସହଯୋଗୀ ବୋଲି ଏସ୍ଡିପିଓ ଦିଲିପ କୁମାର ଦାସ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe