ଚାକିରି ନାମରେ ଲକ୍ଷାଧିକ ଟଙ୍କା ଠକେଇ, ୨ ଗିରଫ

Advertisment
ଚାକିରି ନାମରେ ଲକ୍ଷାଧିକ ଟଙ୍କା ଠକେଇ, ୨ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଚାକିରି କରାଇ ଦେବା ନାମରେ କିପରି କାମଧନ୍ଦା ଖୋଜୁଥିବା ଯୁବକମାନଙ୍କୁ ଦଲାଲମାନେ ଠକି ଚାଲିଛନ୍ତି,ତାହାର ପର୍ଦାଫାସ କରିଛି ମାଲକାନଗିରି ପୁଲିସ। ଗତ ୯ ଏବଂ ୧୦ ତାରିଖରେ ମାଲକାନଗିରି ପୁଲିସ ନିକଟରେ ତିନି ଜଣ ଯୁବକ ଅଭିଯୋଗ କରିଥିଲେ ଯେ ସରକାରୀ ଯୋଗାଇ ଦେବା ନାମରେ ସେମାନଙ୍କ ଠାରୁ ସଦନ ପାଙ୍ଗୀ ନାମକ ବ୍ୟକ୍ତି ଲକ୍ଷାଧିକ ଟଙ୍କା ଠକେଇ ନେଇଛି। ଏହି ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ତଦନ୍ତରେ ଏହାର ରାକେଟ ଭୁବନେଶ୍ବର ପର୍ଯ୍ୟନ୍ତ ଲମ୍ବିଥିବା ଦେଖିବାକୁ ପାଇଥିଲା।

ମାଲକାନଗିରି ସମେତ ନବରଂଗପୁର,କୋରାପୁଟ ଏବଂ ରାୟଗଡା ଜିଲ୍ଲାରେ ସରକାରୀ ଚାକିରି ଯୋଗାଇ ଦେବା ନାମରେ ଭୁବନେଶ୍ବରର ସମୀର ପଟ୍ଟନାୟକ ନାମକ ବ୍ୟକ୍ତି ଏହି ଚାରି ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଚାକିରିର ଏକ ଜବ୍ ଭେକେନସି ବିଜ୍ଞାପନ କାଢି ରାୟଗଡାର ସୁଧିର କୁମାର ପାଣିଙ୍କ ନିକଟକୁ ପଠାଇଥାଏ। ସୁଧିର ଏହି ବିଜ୍ଞାପନକୁ ମାଲକାନଗିରି ସମେତ ଅନ୍ୟ ତିନି ଜିଲ୍ଲାକୁ ପଠାଏ। ତେବେ କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଥାନା ଅନ୍ତର୍ଗତ ହନୁମାଳ ଗ୍ରାମର ସୁଦାନ ପାଙ୍ଗି ନାମକ ବ୍ୟକ୍ତିଙ୍କ ନିକଟକୁ ପଠାଇଥାଏ। ସୁଦାନ ମାଲକାନଗିରି ଜିଲ୍ଲାର ବେକାର ଯୁବକମାନଙ୍କୁ ଟାର୍ଗେଟ କରି ଲକ୍ଷାଧିକ ଟଙ୍କା ନେଇ ଚାକିରି ଦେବା ନାମରେ ଫେକ୍ ନିଯୁକ୍ତି ପତ୍ର ପ୍ରଦାନ କରିଥାଏ। ତେବେ ଏହି ନିଯୁକ୍ତି ପତ୍ର ନେଇ ଯୁବକମାନେ ଯେତେବେେଳେ ସରକାରୀ କାର୍ଯ୍ୟାଳୟକୁ ଯାନ୍ତି, ସେତେବେଳେ ସେମାନଙ୍କ ହୋସ ଉଡିଯାଏ। ଏହି ନିଯୁକ୍ତି ପତ୍ର ଫେକ ହୋଇଥିବା ଜାଣିବା ପରେ ସଦନଙ୍କୁ ସେମାନେ ଦେଇଥିବା ଟଙ୍କା ମାଗନ୍ତି।

କିନ୍ତୁ ସଦନ ଟଙ୍କା ଫେରାଇବା ବଦଳରେ ଧମକାଉଥିବା ନେଇ ଏହି ଠକେଇ ହୋଇଥିବା ଯୁବକମାନେ ପୁଲିସ ନିକଟରେ ପ୍ରକାଶ କରିଛନ୍ତି। ତେବେ ଏମାନେ ମାଲକାନଗିରି ଜିଲ୍ଲାରେ ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଯୁବକମାନଙ୍କୁ ଠକିଥିବା ଜଣାପଡିଛି। ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ହୋଇଥିବା ଜଣାପଡିଛି। ତେବେ ସଦନ ବେକାର ଯୁବକମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ସୁଧିର ପାଣିଙ୍କୁ ଦିଅନ୍ତି। ସୁଧିର ଫୋନ ପେ ଜରିଆରେ ସମୀର ନିକଟକୁ ଟଙ୍କା ପଠାଏ। ପୁଲିସ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe