Image Courtesy of NDTV
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ କଷାକେନ୍ଦୁଠାରେ ୨୦୨୨ ସେପ୍ଟେମ୍ବର ୨ ତାରିଖରେ ଏକ ପରିବାର ଲୋକେ ନୂଆଁଖାଇ ଯାଇଥିବାବେଳେ ତାଲା ଭାଙ୍ଗି ୨ଜଣ ଅଭିଯୁକ୍ତ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଚୋରି କରିଥିଲେ। ଏନେଇ ଭବାନୀପାଟଣା ସଦରଥାନା ପୁଲିସ୍ ୨ ଜଣ ବାଙ୍ଗଲାଦେଶୀ ନାଗରିକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ୨ ଜଣ ସାଇକଲ ଯୋଗେ ବିଭିନ୍ନ ଅଞ୍ଚଳରେ ଲୁଗାପଟ୍ଟା ବିକ୍ରି କରୁଥିଲେ। ବଲାଙ୍ଗୀର ଅଞ୍ଚଳରେ ଏକ ବାଇକ୍ ଚୋରି ଘଟଣାରେ ମଧ୍ୟ ଏହି ୨ ଜଣ ଅଭିଯୁକ୍ତ ସାମିଲ ଥିଲେ।
ବୁଧବାର ଏହି ମାମଲାର ଶୁଣାଣି ଭବାନୀପାଟଣା ଏସଡିଜେଏମ କୋର୍ଟରେ ହୋଇଥିଲା। ମାମଲାର ଶୁଣାଣି କରି କୋର୍ଟ ୨ ବାଙ୍ଗଲାଦେଶୀ ମହମ୍ମଦ ମାସୁଦ ହୁସେନ ଓ ମହମ୍ମଦ ମୁନ୍ନା ମାଝୀଙ୍କୁ ୨ବର୍ଷ ଲେଖାଏ ଜେଲ ଦଣ୍ଡ ସହ ୨ ହଜାର ଟଙ୍କା ଲେଖାଏ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରି ଅଧିକ ଛଅ ମାସ ଲେଖାଏ ଜେଲ ଦଣ୍ଡ ଭୋଗିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ କ୍ୟାଡର ଏପିପି ଲକ୍ଷ୍ମୀକାନ୍ତ ପାତ୍ର ପରିଚାଳନା କରିଥିଲେ।
Follow Us