ବିଦ୍ୟୁତ୍‌ ଆଘାତରେ ୨ ଗାଈ ମଲେ

ବିଦ୍ୟୁତ୍‌ ଆଘାତରେ ୨ ଗାଈ ମଲେ

Weeklysafety.com

ବରୀ: ଅଳ୍ପ ଉଚ୍ଚରେ ଓହଳିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବରୀ ବ୍ଲକ୍‌ ଆନନ୍ଦପୁର ଗ୍ରାମ ନିକଟରେ ଦୁଇଟି ଗାଈଙ୍କର ମୃତ୍ୟୁ ଘଟିଛି। ଦୀର୍ଘ ବର୍ଷହେଲା ଗ‌ୋଟିଏ ବିଦ୍ୟୁତ୍‌ ତାର ତଳେ ଓହଳି ରହିଥିଲା। ସେଥିରେ ଲାଇନ୍ ନାହିଁ ବୋଲି କୁହାଯାଉଥିଲା। ଅନେକ ସମୟରେ ବିଦ୍ୟୁତ ଖୁଣ୍ଟରୁ ନିଆଁ ବାହାରୁଥିବା ସ୍ଥାନୀୟ ଲୋକେ ବିଭାଗୀୟ କର୍ମଚାରୀଙ୍କୁ ଜଣାଇଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଇନଥିଲା।

ଆଜି ସେହି ସ୍ଥାନରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଦୁଇଟି ଗାଈଙ୍କର ମୃତ୍ୟୁ ହୋଇଥିଲା। ମୃତ ଗାଈ ଦୁଇଟି ନିକଟସ୍ଥ ଗ୍ରାମର ଦୋଳଗୋବିନ୍ଦ ଜେନା ଓ ରବୀନ୍ଦ୍ର ଜେନାଙ୍କର। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ରମ୍ପା ସରପଞ୍ଚ ମାନସ ଜେନା ପହଞ୍ଚି ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ସଂଧ୍ୟା ପର୍ଯ୍ୟନ୍ତ ସମାଧାନ ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe